ଲମତାପୁଟ, ୨୩/୧୨: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଦୁଇ ଦିନ ଲଗାଣ ବର୍ଷା ପରେ ପୁଣି ଫେରିଛି ଶୀତ । ଅଳ୍ପ ପରିମାଣର ଶୀତ ଅନୁଭୂତ ହେଉଥିଲେ ମଧ୍ୟ ସାରା ଅଞ୍ଚଳକୁ ଢାଙ୍କି ରଖିଛି କୁହୁଡି । ଦୁଇ ଦିନ ଧରି ମେଘୁଆ ପାଗ ସହ ଝିପିଝିପି ବର୍ଷା ହେବା କାରଣରୁ ଶୀତ ପ୍ରକୋପ କମି ଯାଇଥିଲା ।
କିନ୍ତୁ ସୋମବାର ଧୀରେ ଧୀରେ ଶୀତ ପ୍ରକୋପ ବଡିବା ସହ ପାରଦ ଖସିବାରେ ଲାଗିଛି । ଦିନ ଦଶଟା ପର୍ଯ୍ୟନ୍ତ ସାରା ଅଞ୍ଚଳ କୁହୁଡିରେ ଢାଙ୍କି ରହୁଛି । ରାସ୍ତାରେ ୧୦ ମିଟର ଦୂରତା ପରେ କିଛି ବି ଦେଖା ଯାଉନାହିଁ । ପାଣିପାଗରେ ଅଚାନକ ପରିବର୍ତ୍ତନ କାରଣରୁ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିବା ସହ ଚାଷ କାମରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ l