ପ୍ରମୂଖ ଖବର
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଶୀତରେ ଥରୁଛି ଲମତାପୁଟ, ୬ ଡିଗ୍ରୀ ତଳେ ପାରଦ

Published By : Harapriya Sethi | December 15, 2024 8:32 AM

ଲମତାପୁଟ, ୧୫/୧୨: ଜାଡ଼ରେ ଥରୁଛି ଲମତାପୁଟ ବ୍ଲକ୍‌ । ସପ୍ତାହେ ଧରି ମେଘୁଆ ପାଗ ସହ ବର୍ଷା ହେବା ପରେ ଶୀତ ପ୍ରକୋପ କମି ଯାଇଥିଲା । କିନ୍ତୁ ୩ଦିନ ହେବ ଶୀତ ପ୍ରକୋପ ବଡିବା ସହ ପାରଦ ଖସିବାରେ ଲାଗିଛି । ରବିବାର ୬ ଡିଗ୍ରୀ ତଳେ ପାରଦ ରହିଥିବା ବେଳେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ଦିନ ଦଶ ଟା ପର୍ଯ୍ୟନ୍ତ ସାରା ଅଞ୍ଚଳକୁ କୁହୁଡି ଢାଙ୍କି ରହୁଛି । ରାସ୍ତାରେ ୧୦ ମିଟର ଦୂରତା ପରେ କିଛିବି ଦେଖାଯାଉନି । ଲମତାପୁଟ- ଜୟପୁର ଏବଂ ଲମତାପୁଟ- ବିଶାଖାପାଟଣା ଯାତାୟତ କରୁଥିବା ଜାନବାହନ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି । ଶୀତ ଛଡାଇବା ପାଇଁ ଚାହା ଦୋକାନରେ ଭିଡ଼ ଜମୁଥିବା ବେଳେ ପଡିଆରେ ବ୍ୟୟାମ କରି ଶୀତ ଛଡାଉଛନ୍ତି ଅଞ୍ଚଳ ବାସୀ । 

ଶୀତ ବଢିବା ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । କିନ୍ତୁ କୁହୁଡି ଏବଂ ପ୍ରବଳ ଶୀତ କାରଣରୁ ଖରା ବାହାରିବା ପରେ ହିଁ ପର୍ଯ୍ୟଟକ ବୁଲିବା ଆରମ୍ଭ କରୁଛନ୍ତି । ଚଳିତ ବର୍ଷ ଶୀତର ପ୍ରକୋପ କମ୍‌ ରହିଥିଲେ ମଧ୍ୟ ପର୍ଯ୍ୟଟକ ମାନେ ଏହାର ମଜା ନେବା ପାଇଁ ଭିଡ଼ ଜମାଉ ଥିବା ଦେଖିବାକୁ ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.