ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଆସନ୍ତା ୪ରେ ସକାଳ ୮ରୁ ଭୋଟ୍‌ ଗଣନା: ବିଜେବି କଲେଜରେ ଜୟଦେବ, ଜଟଣୀ, ଭୁବନେଶ୍ୱର ୩ ନିର୍ବାଚନମଣ୍ଡଳୀର ଗଣତି

ଭୁବନେଶ୍ୱର,୦୧/୦୬: ଆସନ୍ତା ୪ ତାରିଖରେ ଭୋଟ୍‌ ଗଣନା ହେବ । ଖୋର୍ଦ୍ଧା ଜିଲ୍ଲାର ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ର ଓ  ଜଟଣୀ ବିଧାନସଭାକ୍ଷେତ୍ରର ଗଣତି ବିଜେବି ସ୍ୱୟଂଶାସିତ  ମହାବିଦ୍ୟାଳୟରେ ହେବ । ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ  ହୋଇଛି । ଭୋଟ୍‌ ଗଣତି ପ୍ରକ୍ରିୟା ଓ ଏ  ସଂକ୍ରାନ୍ତୀୟ ସମସ୍ତ ନୀତି ନୀୟମ, ବିଭିନ୍ନ  ପ୍ରାର୍ଥୀମାନଙ୍କ ପ୍ରତିନିଧି ନିଯୁକ୍ତି ଏବଂ  ଗଣନା କାର୍ଯ୍ୟରେ ସହଯୋଗ ସମ୍ପର୍କିତ  ଏକ ବୈଠକ ଆଜି ଭୁବନେଶ୍ୱର ପଞ୍ଚାୟତ  ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ହୋଇଯାଇଛି । ଏଥିରେ ରିଟର୍ଣ୍ଣିଂ  ଅଧିକାରୀ ତଥା ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର  ବେଉରା, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ଭୁବନେଶ୍ୱର ଉପ ଜିଲ୍ଲାପାଳ ମହେନ୍ଦ୍ର ପଣ୍ଡା, ଅତିରିକ୍ତ  ଉପ-ଜିଲ୍ଲାପାଳ ନୀତିଶ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।  

ଆସନ୍ତା ୪ ତାରିଖରେ ସକାଳ ୮ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ୍‌ ବାଲଟ୍‌ ଗଣନା ହେବ । ଏହାପରେ ଇଭିଏମ୍‌ରେ ନିଆଯାଇଥିବା ଭୋଟର ଗଣନା ହେବ । ଜୟଦେବ, ଭୁବନେଶ୍ୱର ମଧ୍ୟ, ଉତ୍ତର ଓ ଏକାମ୍ର  ବିଧାନସଭା କ୍ଷେତ୍ର ନିମନ୍ତେ ପ୍ରତ୍ୟେକ ୧୨ଟି କାଉଣ୍ଟିଂ ଟେବୁଲ୍‌  ଓ ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ ୧୪ଟି କାଉଣ୍ଟିଂ ଟେବୁଲ୍‌ ବ୍ୟବସ୍ଥା ହୋଇଛି । ସେହିଭଳି ଲୋକସଭା କ୍ଷେତ୍ରର ଇଭିଏମ୍‌  ଭୋଟ୍‌ ଗଣନା ନିମନ୍ତେ ୧୪ଟି ଟେବୁଲ୍‌ ବ୍ୟବସ୍ଥା ହୋଇଛି ।  ପ୍ରତ୍ୟେକ ଟେବୁଲ୍‌ରେ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ, କାଉଣ୍ଟିଂ ସୁପର୍‌ଭାଇଜର୍‌, ମାଇକ୍ରୋ ଅବ୍‌ଜରଭର୍‌ ଏବଂ ଇଭିଏମ୍‌ ନେବା  ଆଣିବାରେ ସହଯୋଗ ପାଇଁ ଜଣେ ସହାୟକ ନିଯୁକ୍ତ ରହିବେ ।  

ଏଥି ସହ ଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ  କର୍ମଚାରୀମାନଙ୍କୁ ଆବଶ୍ୟକୀୟ ତାଲିମ୍‌ ଦିଆଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂର୍ବଭଳି ପ୍ରାର୍ଥୀମାନେ ସମସ୍ତ ସହଯୋଗ ଜାରି ରଖିବେ ବୋଲି ଅଧିକାରୀମାନେ ଆଶାବ୍ୟକ୍ତ  କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗୀୟ ଅଧିକାରୀ,ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.