ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ସୁରୁଖୁରୁରେ ରଥ ଯାତ୍ରା ସମ୍ପନ୍ନ କରିବା ପାଇଁ ଛତିଶା ନିଯୋଗର ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୬ : ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀକ୍ଷେତ୍ର ପୁରୀ ଛତିଶା ନିଯୋଗର ସଦସ୍ୟ ମାନଙ୍କ ସହ ଆଗାମୀ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ସମାପନ କରିବା ପାଇଁ ଆଲୋଚନା କରିଛନ୍ତି ।ଚଳିତ ବର୍ଷ ରଥଯାତ୍ରା ଏକ ବିରଳ ସଂଯୋଗ। ଗୋଟିଏ ଦିନରେ ୩ ଟି ନୀତି ସହ ରଥଯାତ୍ରା କାମ ସମ୍ପନ୍ନ ହେବ ।ଏହାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ମୁଖ୍ୟମନ୍ତ୍ରୀ ଛତିଶା ନିଯୋଗର ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ। 

ମହାପ୍ରଭୁଙ୍କ ଅପାର କରୁଣାରୁ ଗୋଟିଏ ସାଧାରଣ ପରିବାରରୁ ଆସି ମୁଖ୍ୟମନ୍ତ୍ରୀ ହୋଇଛି। ଏ ସବୁ ପ୍ରଭୁ ଙ୍କ ଇଛା। ସେ ପୁଣି କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶିର୍ବାଦରେ ରାଜ୍ୟ, ଦେଶ ତଥା ଏ ଦୁନିଆ ଚାଲିଛି । ଏହି ବିରଳ ରଥଯାତ୍ରା ମହାପ୍ରଭୁଙ୍କ  ଆର୍ଶିବାଦ ଓ ଆପଣମାନଙ୍କ ସହଯୋଗରେ ନିଶ୍ଚିତ ରୂପେ ସୁରୁଖୁରୁରେ ସମ୍ପନ୍ନ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ଛତିଶା ନିଯୋଗ ର ସଦସ୍ୟମାନେ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇ କହିଲେ ଯେ,  ଆମ ସେବକମାନଙ୍କ  ପ୍ରତି ନୂଆ ସରକାରଙ୍କ  ଆତ୍ମୀୟତା ଭାବ ଯୋଗୁ  ଆମେ ବହୁତ୍ ଖୁସି  ଓ ଆନନ୍ଦିତ। ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ବ୍ୟବସ୍ଥା କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଆଇନ ମନ୍ତ୍ରୀ  ପୃଥିରାଜ ହରିଚନ୍ଦନ ମଧ୍ଯ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସଦସ୍ୟ ମାନଙ୍କୁ ନିବେଦନ କରିଥିଲେ। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସେବାୟତ ମାନଙ୍କୁ ବୈଠକକୁ ସ୍ବାଗତ କରିଥିଲେ।

ଆହୁରି ପଢନ୍ତୁ : ରାଜ୍ୟରେ ଖୋଲିବ ଚାଉଳ ଏଟିଏମ : ଖାଦ୍ୟ ଯୋଗାଣ ମନ୍ତ୍ରୀ


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.