ଭୁବନେଶ୍ବର, ୧୭।୯ : ତାଳଚେରରେ ଗଜାନନଙ୍କ ଆଜ୍ଞା ଲଡୁ ୧୮ ଲକ୍ଷ ୩୮ ହଜାର ଟଙ୍କାର ନିଲାମ ହୋଇଛି। ଏହି ଲଡୁକୁ ତାଳଚେରର ତାପସ ସାହୁ ଏବଂ ଯତୀନ ମହାନ୍ତି ମିଳିତ ଭାବେ ନେଇଛନ୍ତି। ଏହି ଲଡୁର ଓଜନ ୩୫୦୦ କେଜି ରହିଛି।
ଲଡୁ ନିଲାମ ପରେ ବୁଧବାର ଗଜାନନଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ସକାଳ ୧୦ ଟାରୁ ଭସାଣୀ ଉତ୍ସବ ଆରମ୍ଭ ହେବ। ରାତି ୧୦ ସୁଧା ସମସ୍ତ ମେଢ଼ ବିସର୍ଜନ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି।