ଭୁବନେଶ୍ବର,୧୦।୧୦ : ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ଗତ ନିର୍ବାଚନରେ କଟକ-ବାରବାଟୀରୁ ବିଜେଡି ଟିକେଟରେ ସେ ନିର୍ବାଚନ ଲଢ଼ିଥିଲେ ।
ସାଲେପୁର ନିର୍ବାଚନ ମଣ୍ଡଳୀରୁ ସେ କଂଗ୍ରେସ ଟିକେଟରେ ୨୦୧୪ରେ ବିଜୟୀ ହୋଇଥିଲେ। ୨୦୧୯ ନିର୍ବାଚନରେ କଂଗ୍ରେସ ଛାଡି ସେ ବିଜେପିରେ ମିଶିଥିଲେ। ବିଜେପି ଟିକେଟରେ ସାଲେପୁର ବିଧାନସଭା ଆସନରେ ଲଢି ପରାଜିତ ହୋଇଥିଲେ। ଗତ ନିର୍ବାଚନ ସମୟରେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ । କଟକ-ବାରବାଟୀରୁ ବିଜେଡି ଟିକଟରେ ନିର୍ବାଚନ ଲଢ଼ି ପରାଜୟ ହୋଇଥିଲେ । ତେବେ ବର୍ତ୍ତମାନ ବିଜେଡି ଛାଡିବା ପରେ ବିଜେପିରେ ପୁଣି ଥରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।