ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ ପକ୍ଷରୁ ଆୟୋଜିତ ହେଲା ପ୍ରଥମ ଗ୍ୟାଷ୍ଟ୍ରୋ ସମିଟ୍‌…

Published By : Prameya | April 14, 2025 10:34 PM

ଭୁବନେଶ୍ୱର ୧୪/୦୪: ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ ଦ୍ୱାରା ‘ ପ୍ରଥମ ଗ୍ୟାଷ୍ଟ୍ରୋ ସମିଟ୍‌’ ଏଠାରେ ରବିବାର ଦିନ ଆନୁଷ୍ଠିତ ହୋଇଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମିଟ୍‌କୁ ଉଦ୍‌ଘାଟନ କରିଥିଲେ । ଏଥିରେ ଅତିଥି ରୂପେ ଜାତୀୟ ଗ୍ୟାଷ୍ଟ୍ରୋ ସଂଗଠନର ସେକ୍ରେଟାରୀ ଜେନେରାଲ୍‌ ଡ. ମାଥ୍ୟୁ ଫିଲିପ୍‌ , ନୂଆଦିଲ୍ଲୀ ସ୍ଥିତ ଏମସ୍‌ର ପ୍ରଫେସର ଡ. ଗୋବିନ୍ଦ ମଖାରିଆ ଓ ଚଣ୍ଡିଗଡ ସ୍ଥିତ ପିଜିଆଇର ପ୍ରଫେସର ଡ. ବିଶାଲ୍‌ ଶର୍ମା ଯୋଗ ଦେଇଥିଲେ ।

ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ଥିଲା ‘ଲ୍ୟୁମେନ୍‌’ ରୋଗର ରହସ୍ୟ ଉନ୍ମୋଚନ ।  ଏହି ଆଲୋଚନା ଚକ୍ରରେ ଭାରତର ବିଭିନ୍ନ ମେଡିକାଲ କଲେଜର ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଡାକ୍ତରମାନେ ନିଜ ନିଜର ଗବେଷଣା ପ୍ରସୂତ ପ୍ରବନ୍ଧ ଉପସ୍ଥାପନ କରିଥିଲେ ଓ ପ୍ରଶ୍ନୋତର ମାଧ୍ୟମରେ ଲ୍ୟୁମେନ୍‌ ରୋଗର ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ଅତ୍ୟାଧୁନିକ ଉପାୟର ସୂଚନା ଦେଇଥିଲେ । ଏହି ଅବସରରେ ଭାରତର କିମ୍ବଦନ୍ତୀ ଗ୍ୟାଷ୍ଟ୍ରୋ ବିଶେଷଜ୍ଞ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରଫେସର (ଡ.) ଟି.ଏସ୍‌. ଚନ୍ଦ୍ର ଶେଖରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଲୋଚନା ଚକ୍ରରେ ଓଡିଶା ତଥା ରାଜ୍ୟ ବାହାରୁ ୨୫୦ରୁ ଅଧିକ ଡାକ୍ତରମାନେ ଅଂଶଗ୍ରହଣ କରିଥିଲେ ।

ଏହି ଆଲୋଚନା ଚକ୍ର ପରିଚାଳନା କରିଥିଲେ ଆଇଏମ୍‌ଏସ୍‌ର ଗ୍ୟାଷ୍ଟ୍ରୋ ବିଭାଗର ମୁଖ୍ୟ ପ୍ରଫେସର (ଡ.) ଗିରିଶ କୁମାର ପତି, ସହଯୋଗ କରିଥିଲେ ପ୍ରଫେସର (ଡ) ଜିମ୍ମୀ ନାରାୟଣ । ଅତିଥି ଓ ବକ୍ତାମାନଙ୍କୁ ସ୍ୱାଗତ କରିଥିଲେ ସଂଗଠନ ସଂପାଦକ ଆସୋସିଏଟ୍‌ ପ୍ରଫେସର (ଡ) ଅନୁରାଗ ଜେନା ଓ ଅନ୍ୟତମ ସଂଗଠନ ସଂପାଦକ, ଆସୋସିଏଟ୍‌ ପ୍ରଫେସର (ଡ) ମନଜିତ୍‌ କାନୁନଗୋ । ସମ୍ମିଳନୀର ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ଆସୋସିଏଟ୍‌ ପ୍ରଫେସର (ଡ) ସ୍ୱରୂପ କୁମାର ପଟ୍ଟନାୟକ, ଆସୋସିଏଟ୍‌ ପ୍ରଫେସର (ଡ) ଏସ୍‌. ରାକେଶ କୁମାର ଏବଂ ଆସିଷ୍ଟାଂଟ ପ୍ରଫେସର (ଡ) ବଶିଷ୍ଠ ପାଲନଟି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.