ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପୁଞ୍ଜି ଲାଭ ଟିକସ ବଢ଼ାଇଲେ ଅର୍ଥମନ୍ତ୍ରୀ, ଏଲ୍‌ଟିସିଜି ଟିକସ ୧୨.୫%କୁ ବୃଦ୍ଧି

ନୂଆଦିଲ୍ଲୀ, ୨୪/୦୭ : ସେୟାର ବଜାରରେ ଏବେ ରହିଛି ଉତ୍ସାହ । ଏଠାରେ ନିବେଶ କରି ସ୍ୱଳ୍ପ ସମୟ ମଧ୍ୟରେ ନିବେଶକ ହେଉଛନ୍ତି ମାଲାମାଲ । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସୂଚକାଙ୍କ ସେନ୍‌ସେକ୍ସ ୮୦,୦୦୦ ପଏଣ୍ଟ ଉପରେ ପହଞ୍ଚିଛି । ସହରରେ ଏବେ ପ୍ରତି ୩ ଜଣରେ ଜଣେ ବ୍ୟକ୍ତି ବଜାରରେ ନିବେଶ କରୁଛନ୍ତି । ଏକ ରିପୋର୍ଟ ଅନୁସାରେ ଦେଶର ପ୍ରାୟ ୨୦% ଲୋକ ସେୟାର ବଜାରରେ ସିଧାସଳଖ କିମ୍ବା ସେୟାର ବଜାର ସହ ଜଡ଼ିତ ପ୍ରଡକ୍ଟରେ ନିବେଶ କରୁଛନ୍ତି । ମୋଟା ଆୟ ମଧ୍ୟ କରୁଛନ୍ତି । ତେବେ ଏହା ଏକ କାରଣ, ଯେଉଁଥିପାଇଁ ସରକାର ଏଥର ବଜେଟ୍‌ରେ ସେୟାର ବଜାରରେ ହେଉଥିବା ଆୟ ଉପରେ ଟିକସ ହାର ବଢ଼ାଇ ରାଜସ୍ୱ ପରିସରକୁ ବ୍ୟାପକ କରିବାର ଉଦ୍ୟମ କରିଛନ୍ତି । 

ସେୟାର ବଜାରରୁ ହେଉଥିବା ଆୟ ଉପରେ ପୁଞ୍ଜି ଲାଭ ଟିକସ ବା କ୍ୟାପିଟାଲ ଗେନ୍‌ ଟ୍ୟାକ୍ସ ଲାଗିଥାଏ । ଏହି କ୍ୟାପିଟାଲ ଗେନ୍‌ ଟାକ୍ସ ଦୁଇ ଭାଗରେ ବିଭକ୍ତ । ଗୋଟିଏ ହେଉଛି ସ୍ୱଳ୍ପମିଆଦୀ ପୁଞ୍ଜି ଲାଭ ଟିକସ ବା ସର୍ଟ ଟର୍ମ କ୍ୟାପିଟାଲ ଗେନ୍‌ ଟାକ୍ସ(ଏସ୍‌ଟିସିଜି)ଏବଂ ଅନ୍ୟଟି ହେଉଛି ଲଙ୍ଗ୍‌ ଟର୍ମ କ୍ୟାପିଟାଲ ଗେନ୍‌ ଟାକ୍ସ ବା ଦୀର୍ଘମିଆଦୀ ପୁଞ୍ଜି ଲାଭ ଟିକସ(ଏଲ୍‌ଟିସିଜି) । ଯଦି କୌଣସି ବ୍ୟକ୍ତି ସେୟାର ବଜାର କିମ୍ବା ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କରି ବର୍ଷକ ଭିତରେ ଲାଭ କରି ବାହାରିଆସିଲେ ତେବେ ଉକ୍ତ ଆୟକୁ ସ୍ୱଳ୍ପମିଆଦୀ ପୁଞ୍ଜି ଲାଭ କୁହାଯାଇଥାଏ । କିନ୍ତୁ ଯଦି ଉକ୍ତ ବ୍ୟକ୍ତି ନିଜ ନିବେଶକୁ ବର୍ଷେ ପର୍ଯ୍ୟନ୍ତ ରଖନ୍ତି ତେବେ ତାହାକୁ ଦୀର୍ଘମିଆଦୀ ପୁଞ୍ଜି ଲାଭ କୁହାଯାଇଥାଏ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଉଭୟ ଟିକସକୁ ବଢ଼ାଇ ଦେଇଛନ୍ତି । ବିତ୍ତୀୟ ଏବଂ ଅଣ-ବିତ୍ତୀୟ ଆସେଟ୍‌ରୁ ଦୀର୍ଘମିଆଦୀ ପୁଞ୍ଜି ଲାଭ ଉପରେ ପୂର୍ବରୁ ୧୦% ଟିକସ ଲାଗୁଥିଲା । ଏବେ ଏହାକୁ ବଢ଼ାଇ ୧୨.୫% କରିଦିଆଯାଇଛି । 

ସେହିଭଳି ଇକ୍ୱିଟି ସେୟାର ଏବଂ ଇକ୍ୱିଟିଭିତ୍ତିକ ମ୍ୟୁଚୁଆଲ ଫଣ୍ଡ୍‌ ନିବେଶରୁ ସ୍ୱଳ୍ପମିଆଦୀ ପୁଞ୍ଜି ଲାଭ ଉପରେ ଏଯାବତ୍‌ ୧୫% ଟିକସ ଲାଗୁଥିବାବେଳେ ବର୍ତ୍ତମାନ ଏହାକୁ ବଢ଼ାଇ ୨୦% କରାଯାଇଛି । ବର୍ତ୍ତମାନ ସେୟାର ବଜାରରୁ ମୋଟା ଆୟ କରୁଛନ୍ତି ନିବେଶକ । ଯେଉଁମାନଙ୍କର ସେୟାର ବଜାରରେ ସିଧା ନିବେଶ କରି ଆୟ କରିବାର ଜ୍ଞାନ ନାହିଁ ସେମାନେ ମ୍ୟୁଚୁଆଲ ଫଣ୍ଡ୍‌ର ରାସ୍ତା ବାଛୁଛନ୍ତି । ୨୦୨୪ ଜୁନ୍‌ରେ ଲୋକେ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ୍‌ରେ ୪୦,୬୦୮.୧୯ କୋଟି ଟଙ୍କା ନିବେଶ କରିଛନ୍ତି । ଏହା ମେ’ ମାସ ତୁଳନାରେ ୧୭% ଅଧିକ । ଆସୋସିଏସନ୍‌ ଅଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଏ ତଥ୍ୟ ପ୍ରଦାନ କରାଯାଇଛି । ୨୦୨୩ ମେ’ରେ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡ୍‌ରେ ମୋଟ ୩୪,୬୭୦.୯ କୋଟି ଟଙ୍କା ନିବେଶ ହୋଇଥିଲା । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.