ପ୍ରମୂଖ ଖବର
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

୪ ଦିନ ପରେ ଚନ୍ଦ୍ରଭାଗା ବୁଡ : ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ୩ ସଂଧ୍ୟାରୁ ଯାନବାହାନ କଟକଣା

Published By : Prameya | January 30, 2025 8:52 PM

କୋଣାର୍କ,‌୩୦।୧(ଆପ୍ର) :  ଆଉ ୪ଦିନ ପରେ ଚନ୍ଦ୍ରଭାଗା ତୀର୍ଥରେ ପବିତ୍ର ମାଘ ସପ୍ତମୀ ବୁଡ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ମେଳା ପଡ଼ିଆରେ ସଫେଇ,ପାଚେରୀ ରଙ୍ଗ,ବ୍ୟାରିକେଡ଼ ଓ ଦୁଇଟି ଓ୍ବାଚ ଟାଓ୍ବାର ନିର୍ମାଣ ଆଦି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଫେବୃୟାରୀ ୩ତାରିଖ ମାଘ ଶୁକ୍ଳ ଷଷ୍ଠୀ ରାତି ୯ଟା୪୫ରୁ ମାଧିପୁର ଗ୍ରାମର ଶ୍ରୀଶ୍ରୀ ତ୍ରିବେଣୀଶ୍ବର, ସନ୍ଥପୁର ଗ୍ରାମର ଇସାଣେଶ୍ବର,କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ନିଜ ନିଜ ଆସ୍ଥାନରୁ ବାହାରି ବିମାନ ବିଜେ କରିବେ।  ରାତି ୪ଟା ସୁଧ୍ୟା ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଁଚିବେ । ଏଠାରେ ପାରମ୍ପରିକ ରୀତିନୀତିରେ ଚଳନ୍ତି ପ୍ରତିମାଙ୍କ ପୂଜାହୋମ କର୍ମ ସମ୍ପାଦନ ସରିଲେ ୪ତାରିଖ ସପ୍ତମୀ ତୀଥିରେ ମାହେନ୍ଦ୍ରବେଳା ୪ଟା୩୭ ମଧ୍ୟରେ ପବିତ୍ର ତୀର୍ଥ ଜଳରେ ତିନିଠାକୁର ସ୍ନାନ କରିବେ। ରାତି ୪ଟା୪୧ରୁ ସାଧୁସନ୍ଥ ଓ ଅପେକ୍ଷାରତ ଶ୍ରଦ୍ଧାଳୁମାନେ ସ୍ନାନ କରିବାର ସୁଯୋଗ ପାଇବେ। 

ଅସ୍ଥାୟୀ ସ୍ବାସ୍ଥ୍ୟ ସେବା ଶିବିର, ଅସ୍ଥାୟୀ ଶୌଚାଳୟ, ପାନୀୟ ଜଳ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ବେଳାଭୂମିରେ ଦୁଇଟି ଦମକଳ ଗାଡି ମୃତୟନ, ସୋମବାର ସାରା ରାତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ଶାନ୍ତି ଶୃଙ୍ଖଳା ନିମନ୍ତେ କୋଣାର୍କ ଓ ଚନ୍ଦ୍ରଭାଗାରେ ୩୩ପ୍ଲାଟୁନ ଫୋର୍ସ ନିୟୋଜିତ ରହିବେ। ପୁରୀ ପୁଲିସ ପ୍ରଶାସନ ପକ୍ଷରୁ ଫେବୃୟାରୀ ୩ତାରିଖ ସଂଧ୍ୟା ୬ଟାରୁ ୪ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ଯାନବାହାନ କଟକଣା ଲାଗୁ କରାଯିବ। ପୁରୀ ଆଡୁ ଆସୁଥିବା ଯାନବାହାନ ରାମଚଣ୍ଡୀ ଛକରେ ପାର୍କିଂ କରିବ। ଭୁବନେଶ୍ଵର ଆଡୁ ଆସୁଥିବା ବସ କୋଣାର୍କ ଥାନା ଛକ ଏଏସଆଇ, ବସଷ୍ଟାଣ୍ଡ ନିକଟ ଆଇଓଏଫ ପାର୍କିଂ ସ୍ଥଳରେ ରହିବ। କାକଟପୁର ଓ ଅସ୍ତରଙ୍ଗରୁ ଆସୁଥିବା ଯାନବାହାନ କୋଣାର୍କ ବସଷ୍ଟାଣ୍ଡରେ ରହିବ। ସେହିପରି ସମସ୍ତ ୪ଚକିଆ ହାଲୂକା ଯାନ ଓ ବାଇକ ହେଲିପ୍ୟାଡରେ ପାର୍କିଂ କରିବ। ମାଜିଷ୍ଟ୍ରେଟଙ୍କ ଗାଡି, ଆମ୍ବୁଲାନ୍ସ,ପୁଲିସ, ଅଗ୍ନିଶମ, ଗଣମାଧ୍ୟମ, ଭେହିକିଲ ପାସ ଥିବା ଗାଡି ପ୍ରତି କଟକଣା ଲାଗୁ ହେବନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.