ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବେଳାମାର୍ଗରେ କାର୍‌କୁ ଧକ୍କା ଦେଲା ହାଇୱା, ହୁତୁହୁତୁ ହୋଇ ଜଳିଗଲା କାର୍

Published By : Rasmita Pradhan | January 28, 2025 7:57 AM

କୋଣାର୍କ,୨୮।୧ : ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ନିକଟରେ ଦୁର୍ଘଟଣା। ରାତି ପ୍ରାୟ ୪ଟାରେ ଲୋଟସ ବୁଲାଣି ପାଖରେ ଏକ କାର୍‌କୁ ଏକ ହାଇୱା ଧକ୍କା ଦେଇଛି। ଫଳରେ କାର୍‌ଟି ହୁତୁହୁତୁ ହୋଇ ଜଳିଯାଇଛି। ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ପୁରୀରୁ ୩ଜଣ ସାଥି ହୋଇ ଏକ କାର୍ ଯୋଗେ କୋଣାର୍କ ଆସୁଥିଲେ। ରାତି ୪ଟାରେ ବେଳାମାର୍ଗ ଲୋଟସ ବୁଲାଣି ପାଖରେ ଏକ ହାଇୱା କାର୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ କାର୍‌ଟି ଓଲଟି ପଡି ରାସ୍ତା ପାର୍ଶ୍ୱ ଜଙ୍ଗଲ ଭିତରକୁ ପଶି ଯାଇଥିଲା। ନିଆଁ ଲାଗି କାର୍‌ଟି ହୁତୁହୁତୁ ହୋଇ ଜଳି ଯାଇଥିଲା। ଖବରପାଇ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ କାରଟି ଅଧା ଜଳି ଯାଇଥିଲା।

ଏହି ଖବରଟିକୁ ପଢନ୍ତୁ- ଛୁରାମାଡ଼ରେ ଯୁବକ ଗୁରୁତର

ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଚିକିତ୍ସା ଚାଲିଛି। ଚନ୍ଦ୍ରଭାଗା ମେରାଇନ ପୋଲିସ ପହଞ୍ଚି କାର୍ ଜବତ କରି ତଦନ୍ତ ଚଳାଇଥିବା ଆଇଆଇସି ପ୍ରତିମା ସାହୁ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.