ପ୍ରମୂଖ ଖବର
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଚନ୍ଦ୍ରଭାଗା ବୁଡ଼ରେ ଅଶେଷ ପୂଣ୍ୟଲାଭ, ମଣ୍ଡପରେ ବିରାଜମାନ କରନ୍ତି ତିନି ଦେବଙ୍କ ଚଳନ୍ତି ପ୍ରତିମା

Published By : Harapriya Sethi | February 2, 2025 10:51 AM

କୋଣାର୍କ,୦୨/୦୨: ଅର୍କକ୍ଷେତ୍ର କୋଣାର୍କ ସୂର୍ଯ୍ୟ ପୂଜାର ପ୍ରକୃଷ୍ଟ ପୀଠ। ସୂର୍ଯ୍ୟ ସକଳ ଶକ୍ତିର ଆଧାର। ସୂର୍ଯ୍ୟ ଉପାସନା ଦ୍ଵାରା ସମସ୍ତ ପାପ କ୍ଷୟ ହୁଏ। ଚନ୍ଦ୍ରଭାଗା ତୀର୍ଥ କ୍ଷେତ୍ରର ମାହାତ୍ମ୍ୟ ସର୍ବଜନବିଦିତ। କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ତୀର୍ଥରେ ସୂର୍ଯ୍ୟ ଉପାସନା କରି କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଥିବା ପୁରାଣରେ ବର୍ଣ୍ଣିତ। ଏହି ପବିତ୍ର କ୍ଷେତ୍ର ଏବେ ତୀର୍ଥ ପୁଷ୍କରିଣୀ ଭାବେ ରହିଛି । ମାଘ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ଚନ୍ଦ୍ରଭାଗା ତୀର୍ଥ ଜଳରେ ସ୍ନାନ ସାରି ସୂର୍ଯ୍ୟଦର୍ଶନ ଓ ଦାନ କଲେ ସମସ୍ତ ପାପ କ୍ଷୟ ହୋଇ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁମାନଙ୍କର ବିଶ୍ଵାସ ରହିଛି । ଏଣୁ କାହିଁ କେଉଁ କାଳରୁ ଏହି ମାଘ ସପ୍ତମୀ ତିଥିରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ପବିତ୍ର ମାଘ ଶୁକ୍ଳ ସପ୍ତମୀ ତିଥିରେ ଆବାଳ ବୃଦ୍ଧ ବନିତା ଚନ୍ଦ୍ରଭାଗା ତୀର୍ଥ ଜଳରେ ସ୍ନାନ କରି ସୂର୍ଯ୍ୟ ଦର୍ଶନ ଓ ନବଗ୍ରହଙ୍କ ନିକଟରେ ହୋମଯଜ୍ଞ, ପୂଜାର୍ଚ୍ଚନା କରିଥାନ୍ତି। 

ମାଘ ସପ୍ତମୀ ପୂର୍ବ ଷଷ୍ଠୀ ରାତିରୁ ଚନ୍ଦ୍ରଭାଗା ତୀର୍ଥ କ୍ଷେତ୍ରକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଧାଇଁ ଆସନ୍ତି। ମେଳା ପଡ଼ିଆରେ ରାତିସାରା ଉଜାଗର ହୋଇଥାନ୍ତି। ମାଟି ହାଣ୍ଡିରେ ଭାତ, ଶୁଖୁଆ ଡାଲମା ରୋଷେଇ କରି ଖାଇ ସାରିବା ପରେ ହାଣ୍ଡି ଭଙ୍ଗା ପୁଷ୍କରିଣୀରେ ହାଣ୍ଡି ଭଙ୍ଗା ଯିବା ପରମ୍ପରା ରହିଛି । ଶ୍ରୀଶ୍ରୀ ତ୍ରୀବେଣୀଶ୍ବର ଇଶାଣେଶ୍ବର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ବିରାଜମାନ କରିଥାନ୍ତି । ପାରମ୍ପରିକ ରୀତିନୀତିରେ ଚଳନ୍ତି ପ୍ରତିମାଙ୍କ ପୂଜାହୋମ କର୍ମ ସମ୍ପାଦନ ଶେଷ ପରେ ତିନି ଠାକୁର ତୀର୍ଥ ଜଳରେ ସ୍ନାନ କରନ୍ତି । ହରିବୋଲ ଓ ହୁଳହୁଳି ଶବ୍ଦରେ ତୀର୍ଥ କ୍ଷେତ୍ର ପ୍ରକମ୍ପିତ ହୋଇଥାଏ। ଏହା ପରେ ଅପେକ୍ଷାରତ ଲକ୍ଷାଧିକ ଶ୍ରଦ୍ଧାଳୁ ତୀର୍ଥ ଜଳରେ ବୁଡ଼ ପକାଇ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରି ପୂଣ୍ୟ ଅର୍ଜନ କରିଥାନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.