ପ୍ରମୂଖ ଖବର
  • ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

କଳିଙ୍ଗରେ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌, ମାଗଣାରେ ମ୍ୟାଚ୍‌ ଦେଖିବେ ଦର୍ଶକ

Published By : Prameya | February 4, 2025 10:37 AM

ଭୁବନେଶ୍ୱର,୦୪/୦୨: କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌  ମ୍ୟାଚ୍‌ ପାଇଁ ହକି ଇଣ୍ଡିଆ  ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଦର୍ଶକଙ୍କ ଲାଗି ହକି ଇଣ୍ଡିଆ ପକ୍ଷରୁ ମାଗଣା ଟିକେଟର  ବ୍ୟବସ୍ଥା କରାଯାଇଛି । ଫଳରେ  ଦର୍ଶକ ମାଗଣାରେ ହକି ପ୍ରୋ ଲିଗ୍‌  ମ୍ୟାଚ୍‌ର ମଜା ଉଠାଇବେ । କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଏବଂ ଏକ  ସମାବେଶୀ ଓ ପ୍ରଶଂସକଅନୁକୂଳ  ପରିବେଶ ସୃଷ୍ଟି କରିବା ପାଇଁ  ଏହି ପଦକ୍ଷେପ ହକି ଇଣ୍ଡିଆର  ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛି । 

ଆସନ୍ତା ୧୫ରୁ ୨୫ ତାରିଖ  ମଧ୍ୟରେ ଭୁବନେଶ୍ୱର କଳିଙ୍ଗ  ଷ୍ଟାଡିୟମରେ ହକି ପ୍ରୋ ଲିଗ୍‌ର  ୨୪ଟି ମ୍ୟାଚ୍‌ (ଉଭୟ ପୁରୁଷ ଓ  ମହିଳା) ଖେଳାଯିବାର ସୂଚୀ ରହିଛି । ଆୟୋଜକ ଭାରତୀୟ ପୁରୁଷ ଦଳ  ଇଂଲଣ୍ଡ, ସ୍ପେନ, ଜର୍ମାନୀ, ଆୟର୍ଲାଣ୍ଡକୁ  ଭେଟିବାକୁ ଥିବାବେଳେ ମହିଳା ଦଳ  ଜର୍ମାନୀ, ଇଂଲଣ୍ଡ, ନେଦରଲାଣ୍ଡ୍‌ସ,  ସ୍ପେନକୁ ସାମ୍ନା କରିବ । ଉଭୟ  ବିଭାଗରେ ପ୍ରତ୍ୟେକ ଦଳ ପରସ୍ପରକୁ  ୨ଥର ଭେଟିବେ । 

ହକି ଇଣ୍ଡିଆ ସଭାପତି  ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ କହିଛନ୍ତି  ଯେ, ବିଶ୍ୱସ୍ତରୀୟ ହକିର ସମକକ୍ଷ  ପାଲଟିଥିବା ସହର ଭୁବନେଶ୍ୱରରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଆୟୋଜନ  କରି ଆମେ ଗର୍ବ ଅନୁଭବ କରୁଛୁ।  

ଦର୍ଶକଙ୍କୁ ମାଗଣା ଟିକେଟ ଯୋଗାଇ  ଦେଇ ଆମେ ଷ୍ଟାଡିୟମରେ ଏକ  ଆକର୍ଷଣୀୟ ବାତାବରଣ ସୃଷ୍ଟି କରିବାକୁ  ଆଶା ରଖିଛୁ । ଯେଉଁଥିରେ ସବୁ ବର୍ଗର  ପ୍ରଶଂସକମାନେ ଏକାଠି ହୋଇ କ୍ରୀଡ଼ାର  ମଜା ନେଇପାରିବେ । ହକି ପ୍ରତି ଆମର  ଉତ୍ସାହକୁ ବିଶ୍ୱସ୍ତରରେ ପ୍ରଦର୍ଶନ କରିବା  ପାଇଁ ଓଡ଼ିଶା ଓ ଭାରତ ଲାଗି ଏହା ଏକ  ସ୍ୱତନ୍ତ୍ର ସୁଯୋଗ । ଦର୍ଶକମାନେ ଭୁବନେଶ୍ୱର  ପର୍ଯ୍ୟାୟ ହକି ପ୍ରୋ ଲିଗ୍‌ ମ୍ୟାଚ୍‌ ପାଇଁ  ଟିକେଟଜେନିଜ୍‌ ୱେବ୍‌ ପୋର୍ଟାଲ  (https://ticketgenie.in/ ticket/FIH-Hockey-ProLeague-2024-25)   www.ticketgenie.in ରେ ନିଜର ବିବରଣୀ ପଞ୍ଜୀକରଣ କରି ମାଗଣା ଟିକେଟ ବା ଭର୍ଚୁଆଲ ଟିକେଟ ପାଇପାରିବେ । ଏହି ଟିକେଟ ଦେଖାଇ ସେମାନେ ଷ୍ଟାଡିୟମରେ ପ୍ରବେଶ କରିପାରିବେ ଏବଂ ମ୍ୟାଚ୍‌ର ମଜା ନେଇପାରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.