ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କ୍ରିକେଟରୁ ସନ୍ନ୍ୟାସ ନେଲେ ଦ୍ରୁତ ବୋଲର ସିଦ୍ଧାର୍ଥ କୌଲ

Published By : Prameya | November 29, 2024 11:51 AM

ନୂଆଦିଲ୍ଲୀ,୨୯/୧୧: ଦ୍ରୁତ ବୋଲର ସିଦ୍ଧାର୍ଥ କୌଲ କ୍ରିକେଟରୁ  ସନ୍ନ୍ୟାସ ଘୋଷଣା କରିଛନ୍ତି । କ୍ୟାରିୟରରେ ୩ଟି ଦିନିକିଆ ଏବଂ ୩ଟି ଟି-ଟ୍ୱେଣ୍ଟି ଖେଳିବାର ସୁଯୋଗ  ପାଇଥିଲେ । ଟି-ଟ୍ୱେଣ୍ଟିରେ କେବଳ  ୪ଟି ୱିକେଟ୍‌ ପାଇଥିଲେ । ବିରାଟ  କୋହଲିଙ୍କ ନେତୃତ୍ୱରେ ୧୯ ବର୍ଷରୁ  କମ୍‌ ବିଶ୍ୱକପ୍‌ ଖେଳିଥିଲେ ।  

ଆଇପିଏଲରେ ଦିଲ୍ଲୀ, କୋଲକାତା,  ବେଙ୍ଗାଲୁରୁ ଓ ହାଇଦ୍ରାବାଦ ଦଳରେ  ସାମିଲ ରହିଥିଲେ ।  ସେ କହିଛନ୍ତି, ‘ପିଲା ଦିନରୁ  ଭାରତୀୟ ଦଳରେ ସାମିଲ ହେବା ନେଇ ସ୍ୱପ୍ନ ଦେଖିଥିଲି । ଶେଷରେ  ଭଗବାନଙ୍କ ଆଶୀର୍ବାଦରୁ ୨୦୧୮ରେ ଟି-ଟ୍ୱେଣ୍ଟି (କ୍ୟାପ ନଂ ୭୫) ଓ ଦିନିକିଆ  (କ୍ୟାପ ନଂ ୨୨୧ ) ଖେଳିବାର ସୌଭାଗ୍ୟ ମିଳିଥିଲା । ପରିବାର, ପ୍ରଶଂସକ ଓ  ଶୁଭେଚ୍ଛୁ ମାନଙ୍କର ସମର୍ଥନ ଯୋଗୁ ମୋ ଜୀବନର ଲକ୍ଷ୍ୟ ପୂରଣ ହୋଇଥିଲା ।  ଏହା ଅବସର ନେବାର ପ୍ରକୃତ  ସମୟ ।’ କୌଲଙ୍କୁ ଏବେ ମାତ୍ର  ୩୪ ବର୍ଷ ବୟସ । ପଞ୍ଜାବ  ଦଳରୁ ପ୍ରତିନିଧିତ୍ୱ କରି ପ୍ରଥମ  ଶ୍ରେଣୀ କ୍ରିକେଟରେ ସେ ୨୯୭ଟି  ୱିକେଟ୍‌ ହାସଲ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.