ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୫୦ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ, ୨ ଗିରଫ

ଭଦ୍ରକ, ୧୧/୦୭ : ନକଲି ଜର୍ଦ୍ଦା ବେପାରୀଙ୍କୁ ଭଦ୍ରକ ପୋଲିସର ମାଷ୍ଟରଷ୍ଟ୍ରୋକ୍। ପୁରୁଣାବଜାର ଅଞ୍ଚଳର ହେଲାସାହି ଠାରେ ବଡ଼ ଧରଣର ଚଢାଉ। ୫୦ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ କରିବା ସହ ୨ ଜଣଙ୍କୁ କରିଛି ପୁରୁଣା ବଜାର ପୋଲିସ। 

ସୂଚନାନୁଯାୟୀ, ନକଲି ଜର୍ଦ୍ଦା ତିଆରି ନେଇ ଖବର ପାଇବା ପରେ ସିଟିଡିଏସପି ଅଂଶୁମାନ ଦ୍ଵିବେଦୀଙ୍କ ନେତୃତ୍ୱରେ ୩ଟି ଟିମ୍ ଗଠନ ହୋଇଥିଲା। ଏହି ଟିମ୍ ପୁରୁଣାବଜାର ଅଞ୍ଚଳର ହେଲାସାହି ଠାରେ ଚଢ଼ାଉ କରିଥିଲା। ଏକକାଳୀନ ୩ଟି ସ୍ଥାନରେ ରେଡ୍ ବେଳେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି। ଏହା ସହ ବିଭିନ୍ନ କମ୍ପାନୀର ଲୋଗୋ, ମିକ୍ସଚର ମେସିନ, ଖାଲି ପାଉଚ୍, କେମିକାଲ ମଧ୍ୟ ଜବତ ହୋଇଛି। ଜବତ ହୋଇଥିବା ନକଲି ଜର୍ଦ୍ଦାର ମୂଲ୍ୟ ୪୫ ଲକ୍ଷରୁ ୫୦ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ଏସକେ ରବାନି ଓ ଏସକେ ଖାଲିକ ଗିରଫ ହୋଇଥବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ମିର ଇନାମ ଫେରାର ହୋଇଥବା ପୋଲିସ କହିଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.