ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ବିଦେଶାଗତ ପକ୍ଷୀ ସମ୍ଭାରରେ ଚିଲିକା ଉତ୍ସବମୁଖର, ସୁରକ୍ଷା ଉପରେ ବନବିଭାଗର କଡା ନଜର

Published By : Harapriya Sethi | December 5, 2024 8:25 AM

କୃଷ୍ଣପ୍ରସାଦ, ୦୫/୧୨: କୃଷ୍ଣପ୍ରସାଦ,ମରାଳ ମାଳିନୀ ନୀଳାମ୍ବୁ ଚିଲିକା ବିଦେଶାଗତ ପକ୍ଷୀ ସମ୍ଭାରରେ ଉଶ୍ଚବମୁଖର ହୋଇଉଠିଥିବା ବେଳେ ପକ୍ଷୀ ସମ୍ଭାର ଦେଖିବାକୁ ପର୍ଯ୍ୟଟକମାନେ ଚିଲିକା ଛୁଟି ଆସୁଛନ୍ତି । ପକ୍ଷୀଙ୍କ ସୁରକ୍ଷା ଦିଗରେ ଦୃଷ୍ଟି ଦେଇ ବନବିଭାଗ ପକ୍ଷରୁ କଡା ନଜର ରଖାଯାଇଛି । ଚିଲିକାର ନୀଳ ଢେଉ ଢେଉକା ଜଳରାଶିରେ ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି । ଶୀତ ଋତୁରେ ବିଦେଶାଗତ ପକ୍ଷୀଙ୍କୁ ଦେଖିବା ନିମନ୍ତେ ଦେଶ ବିଦେଶରୁ ଚିଲିକା ଭ୍ରମଣରେ ଦୈନଦିନ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମୁଛି ।

ପର୍ଯ୍ୟଟକମାନେ ମେସିନ ଚାଳିତ ଡଙ୍ଗା ଓ ସ୍ପିଡ ବୋଟ ସାହାଯ୍ୟରେ ସାତପଡା, ବାଲୁଗାଁ, ବଡକୁଳ ରମ୍ଭା, କୃଷ୍ଣପ୍ରସାଦ ଓ ଚନ୍ଦ୍ରାପୁଟ ଦେଇ ଚିଲିକା ଭ୍ରମଣରେ ଆସୁଥିବା ଦେଖିବାକୁ ମିଳିଛି । ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଥିବା ବନବିଭାଗ ଆକଳନ କରୁଛି। ଶୀତ ଋତୁର ଆଗମନରେ ବରଫପ୍ଳାବିତ ଆଫଗାନିସ୍ଥାନ, କାଜାକିସ୍ଥାନ, ହିମାଳୟ, ମାଲେସିଆ, ସାଇବେରିଆ, ମଙ୍ଗୋଲିଆ, ଲଦାଖ, ଇରାନ, ଇରାକ, ରୁଷ ଆଦି ଅଞ୍ଚଳରୁ ଅସହ୍ୟ ଶୀତ ଦାଉରୁ ରକ୍ଷା ପାଇବା ନିମନ୍ତେ ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ଅଧିନସ୍ଥ ଚିଲିକା ଭ୍ରମଣରେ ଆସୁଛନ୍ତି । ପକ୍ଷୀମାନେ ମାଇଲ ମାଇଲ ଦୂର ଅତିକ୍ରମ କରି ଚିଲିକାରେ ପ୍ରବେଶ କରୁଥିବା ବେଳେ କ୍ଳାନ୍ତ ହୋଇ ଗାଁ ଗହଳିରେ ଥିବା ଧାନ ବିଲରେ ଲୁକ୍କାୟିତ ଅବସ୍ଥାରେ ରହି ଆହାର ସଂଗ୍ରହ କରିଥାନ୍ତି । 

ପକ୍ଷୀମାନଙ୍କ ସୁରକ୍ଷା ନିମନ୍ତେ ବନବିଭାଗ ତରଫରୁ ୨୪ ଘଣ୍ଟିଆ କଡା ସୁରକ୍ଷା ଦିଆଯାଉଥିବା ବେଳେ ପକ୍ଷୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପକ୍ଷୀ ଅଭୟାରଣ୍ୟ ଭାବେ ପରିଚିତ ନଳବଣକୁ କଡା ସୁରକ୍ଷା ବଳୟରେ ସୁରକ୍ଷାକର୍ମୀମାନେ ଚତଃପାର୍ଶ୍ୱ ଜଗି ରହିଥାନ୍ତି । ବିଦେଶାଗତ ପକ୍ଷୀମାନେ ବାଲୁଗାଁ, ରମ୍ଭା, ଚିଲିକା, ନୂଆପଡା ଓ ସାତପଡା ରେଞ୍ଜ ଅଧିନସ୍ଥ ଚିଲିକାରେ ବିଚରଣ କରିଥାନ୍ତି । ପକ୍ଷୀମାନେ ମେଳବାନ୍ଧି ସନ୍ଧ୍ୟା ସମୟରେ ଭି ଓ ୟୁ ଉପତ୍ୟକାରେ ଆକାଶ ମାର୍ଗରେ ଘୁରି ବୁଲୁଥିବାରୁ ପକ୍ଷୀଙ୍କ ଗତିବିଧି ଅନୁସରଣ କରି ପର୍ଯ୍ୟଟକମାନେ ଉତ୍ସାହିତ ହୋଇଥାନ୍ତି ।

ଚଳିତବର୍ଷ ପକ୍ଷୀ ଅଭୟାରଣ୍ୟ ନଳବଣକୁ ୮୨ ପ୍ରଜାତିର ୨ ଲକ୍ଷ ୧୯ ହଜାର ୩୦୦ ପକ୍ଷୀ ଆସିଥିବା ବେଳେ ରେଞ୍ଜ ଅଧିନସ୍ଥ ଗୋଡାବାଟ, ଗାହାଣେଶ୍ବର, ମଏଁସା କୁଦ ଓ ଚତରା ପାଦ, ମଧୁବନ, ତେଣ୍ଟାଧୁଆ, ମାଉଳି, କାଠପେଣ୍ଠ, ଯମଲ, ଗୋଠପଡିଆ, ସୋଲାକୁଦି, ପାହାନାକୁଦା ଆଦି ଚିଲିକା ଘେରି ମଧ୍ୟରୁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଚିଲିକା ଗାଁର କୂଳମାନଙ୍କରେ ଖାଦ୍ୟ ଅନ୍ଵେଷଣରେ ବିଚରଣ କରୁଥିବା ବନବିଭାଗ ଠାରୁ ସୂଚନା ମିଳିଛି । ପକ୍ଷୀ ସୁରକ୍ଷା ଓ ଗତିବିଧି ଅନୁକରଣ ନିମନ୍ତେ ବାଲୁଗାଁ ବନାଞ୍ଚଳ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଳାନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ବନାଞ୍ଚଳ ଅଧିକାରୀ କାଶୀନାଥ ହେମ୍ବ୍ରମ, ରଶ୍ମିତା ଜେନା, ଶରତ କୁମାର ଜାନିଙ୍କ ନେତୃତ୍ବରେ ଚିଲିକାରେ ଡ୍ରୋନ କ୍ୟାମେରାକୁ ନିୟୋଜିତ କରାଯାଇଛି । ବନବିଭାଗ ନେତୃତ୍ବରେ ଚିଲିକା କୂଳରେ ପକ୍ଷୀ ସୁରକ୍ଷା ଶିବିରରେ ସୁରକ୍ଷକର୍ମୀମାନଙ୍କୁ ନିୟୋଜିତ କରାଯାଇଛି । ବନବିଭାଗ ତରଫରୁ ଗ୍ରାମବାସୀମାନଙ୍କୁ ପକ୍ଷୀ ସୁରକ୍ଷା ସଚେତନତା ବାର୍ତ୍ତା ଦିଆଯାଉଛି । 

ଦୈନଦିନ ନଳବଣର ପକ୍ଷୀ ସଂଖ୍ୟାକୁ ଡ୍ରୋନ ଓ ବାଇନାକୁଲାର ମାଧ୍ୟମରେ ଆକଳନ କରାଯାଉଥିବା ସହକାରୀ ବନସଂରକ୍ଷକ ଶତାବ୍ଦୀ ମିଶ୍ର ଓ ପ୍ରମୋଦ କୁମାର ସେଠୀ ସୂଚନା ଦେଇଛନ୍ତି । ଚିଲିକାରେ କମନ ଟିଲ, ନର୍ଦ୍ଦମ ପିଣ୍ଟେଲ, ପିଣ୍ଟେଡ ଷ୍ଟୋକ, ରେଡ ସାଙ୍କ, ଉଡ଼ସାଣ୍ଡ ପିପର, ଗ୍ଲୋସି ଆଇବିଶି, ଯୁରାସିଆନ କାର୍ଲ୍ୟୁ, ହୁଇମ ବ୍ରେଲ, ଫିଜାଣ୍ଟଟେଲ ଜାକାନା, ବ୍ରୋଞ୍ଚ ଉଇଣ୍ଡ ଜାକାନା, ଇଣ୍ଡିଆନ ରିଭର ଟର୍ନ, ହୁଇସ୍କ ଟର୍ନ, ବ୍ଲାକ ହେଡେଡ଼ ଆଇବିଶି, ଗ୍ରେ ହେରେନ(ରଞ୍ଜନା ବଗ), କ୍ୟାଟେଲ ଇଗ୍ରେଟ, ଲିଟିଲ ଇଗ୍ରେଟ, ମିଡିୟମ ଲାର୍ଜ ଇଗ୍ରେଟ ଆଦି ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଗ୍ରେଟର ଫ୍ଲେମିଙ୍ଗୋ(ଏରା)ପକ୍ଷୀ ପର୍ଯ୍ୟଟକଙ୍କ ମନ ମୋହୁଛି । ବିଦେଶାଗତ ପକ୍ଷୀଙ୍କ କଳରବରେ ସୌନ୍ଦର୍ଯ୍ୟମୟୀ ଚିଲିକା ଉତ୍ସବମୁଖର ହୋଇଉଠିଥିବା ବେଳେ ଚିଲିକା ମଧ୍ୟସ୍ଥ ପାହାଡ ଉପରେ ଥିବା ମଶ୍ଚ୍ୟଜୀବୀଙ୍କ ଅଧିଷ୍ଠାତ୍ରୀ ଦେବୀ ମା' କାଳିଜାଇଙ୍କ ଦର୍ଶନ ଓ ଆଶୀର୍ବାଦ ନିମନ୍ତେ ପର୍ଯ୍ୟଟକ ଓ ଭକ୍ତଙ୍କ ଭିଡ ଜମୁଛି । ବନପାଳ ରଶ୍ମୀରଞ୍ଜନ ନାୟକ, ବିଶ୍ଵନାଥ ଟୁଡୁ, ଜିତେନ୍ଦ୍ର ଜେନା, ଅର୍ଜୁନ ପ୍ରଧାନ, ପ୍ରଣବ ଜୟସିଂ, ବନରକ୍ଷୀ ଲକ୍ଷ୍ମଣ ବେହେରା, ତ୍ରିଲୋଚନ ମହାରଣା, ସତ୍ୟରଞ୍ଜନ ରଥ, ଆଲୋକ ବେହେରା, ଅରୁନ୍ଧତୀ ପୋଟା ପ୍ରମୁଖ ବିଭିନ୍ନ ଗ୍ରାମ ପରିଭ୍ରମଣ କରି ପକ୍ଷୀ ବିଚରଣ କରୁଥିବା ସ୍ଥାନ ଅନୁଧ୍ୟାନ କରିବା ସହ ସୁରକ୍ଷାକର୍ମୀଙ୍କୁ ନେଇ ଚିଲିକାରେ ରାତ୍ରକାଳୀନ କଡା ପାଟ୍ରୋଲିଂ କରାଯାଇ ତୀକ୍ଷ୍ଣ ନଜର ରଖାଯାଉଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.