ପ୍ରମୂଖ ଖବର
  • କୋଣାର୍କ ଯାତ୍ରୀ ନିବାସରେ ରଜ ପିଠା ଷ୍ଟଲ୍, ଦୋଳିରେ ଝୁଲିଲେ ପର୍ଯ୍ୟଟକ
  • ||
  • ବରଗଡ଼ : ଭେଉଁରିଆ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ
  • ||
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବିଚ୍ ପାର୍କିଂ ଟେଣ୍ଡର ଆରମ୍ଭ ପରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ତଦାରଖ

Published By : Bijay Swain | June 10, 2025 8:34 PM

ଗୋପାଳପୁର ୧୦/୬: ଗୋପାଳପୁର ବିଚ୍ ପାର୍କିଂ ଟେଣ୍ଡର ବହୁ ବାଦ ବିବାଦ ପରେ ଆଜି ଆରମ୍ଭ ହୋଇଛି l ଏନଏସି ପକ୍ଷରୁ ଚଳିତ ବର୍ଷ ୨୦୨୫-୨୬ ପାଇଁ ବି.ଆନନ୍ଦଙ୍କୁ ୱାର୍କ ଅର୍ଡର ପ୍ରଦାନ କରାଯାଇଛି l 

ସୂଚନା ପ୍ରକାରେ ଚଳିତ ମାସ ୨ ତାରିଖରେ ବିଚ୍ ପାର୍କିଂ ଟେଣ୍ଡର ପାଇଁ ୩ ଜଣ ଆବେଦନ କରିଥିଲେ l ବି.ଆନନ୍ଦ ସର୍ବାଧିକ ବାର୍ଷିକ ୪୪ ଲକ୍ଷ ୨୧ ହଜାର ଟଙ୍କା ଆବେଦନ କରି ଆଜି ଠାରୁ ଆସନ୍ତା ବର୍ଷ ଜୁନ ୯ ତାରିଖ ପର୍ଯ୍ୟନ୍ତ ବିଚ ପାର୍କିଂ ଟେଣ୍ଡର ଦାୟିତ୍ୱ ତୁଲାଇବେ l ଆଜି ପାର୍କିଂ ଟେଣ୍ଡର ଆରମ୍ଭ ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରୋମଦ କୁମାର ପାଢ଼ୀ ପହଂଚି ଟେଣ୍ଡରଧାରୀଙ୍କୁ ଶୃଙ୍ଖଳିତ ହେବା ସହ ଆସୁଥିବା ପର୍ଯ୍ୟଟକଙ୍କୁ ଭଲ ବ୍ୟବହାର କରିବା ଏବଂ ଗାଡ଼ି ଚୋରି ହାରି ନ ହେବା ଉପରେ ଦୃଷ୍ଟି ଦେବା ପାଇଁ ପରାମର୍ଶ ଦେଇଥିଲେ l 

ତଦାରଖ ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ସମାଜସେବୀ ପଞ୍ଚୁ ବେହେରା, ଗୋପାଳପୁର ବିଜେପି ନଗର ସଭାପତି ବି.ରାମାରାଓ ପ୍ରମୁଖ ଉପସ୍ଥିତ ଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.