ପ୍ରମୂଖ ଖବର
  • ବାହାରିଲା ନିଟ୍ ୟୁଜି ୨୦୨୫ ପରୀକ୍ଷା ଫଳ; neet.nta.nic.inରେ ରେଜଲ୍ଟ
  • ||
  • କୋଣାର୍କ ଯାତ୍ରୀ ନିବାସରେ ରଜ ପିଠା ଷ୍ଟଲ୍, ଦୋଳିରେ ଝୁଲିଲେ ପର୍ଯ୍ୟଟକ
  • ||
  • ବରଗଡ଼ : ଭେଉଁରିଆ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ
  • ||
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବସ୍ତି ଉଛେଦ ନେଇ ଏନଏସି ପକ୍ଷରୁ ନୋଟିସ

Published By : Ladu Kishor | June 11, 2025 10:51 PM

ଗୋପାଳପୁର ୧୧/୬: ଗୋପାଳପୁର ମେ ଫେଆର ନିକଟରେ ଦୀର୍ଘ ବର୍ଷ ଧରି ରହିଥିବା ଝୁପୁଡ଼ି ବସ୍ତି ଊଛେଦ ପାଇଁ ଏନ ଏ ସି ପକ୍ଷରୁ ନୋଟିସ ଜାରି ହୋଇଛି l ସୂଚନା ପ୍ରକାରେ ଦୀର୍ଘ ବର୍ଷ ଧରି ମେ ଫେଆର ନିକଟସ୍ଥ ତଥା ସମୁଦ୍ର କୂଳରେ ରହୁଥିବା ୪୩ ପରିବାର ଝୁପୁଡ଼ି ବସ୍ତିରେ ରହି ଆସୁଥିଲେ l ବାତ୍ୟାକୁ ନଜରରେ ରଖି ସେମାନଙ୍କୁ ଥଇଥାନ କରିବା ନିମନ୍ତେ ତୋଟା ଆମ୍ମା ମନ୍ଦିର ନିକଟରେ ସମସ୍ତ ପରିବାର ରହିବା ନିମନ୍ତେ ଆଦର୍ଶ କୋଲାନି ନିର୍ମାଣ ହୋଇଛି l କିନ୍ତୁ କିଛି ପରିବାର ସେଠାରେ ରହି ଆସୁଥିବା ବେଳେ ଅନ୍ୟ କିଛି ପରିବାର ବର୍ତ୍ତମାନ ସୁଧା ସେଠାକୁ ନ ଯାଇ ଝୁପୁଡ଼ି ବସ୍ତିରେ ରହି ଆସୁଛନ୍ତି l ଏହା ମଧ୍ୟରେ ଗତବର୍ଷ ଡିସେମ୍ବର ୨୫ ତାରିଖରେ ମନ୍ତ୍ରୀଙ୍କ ଦ୍ୱାରା ଗୃହ ପ୍ରବେଶ କରାଯାଇଥିଲା l କିନ୍ତୁ ଆଦର୍ଶ କୋଲାନିରେ ସମସ୍ତ ସୁବିଧା ରହିଥିଲେ ମଧ କିଛି ପରିବାର ଆସୁନଥିବାରୁ ଚଳିତ ବର୍ଷ ଜାନୁଆରୀ ୨୮ ତାରିଖରେ ଊଛେଦ ପାଇଁ ନୋଟିସ ଜାରି  ହୋଇଥିଲେ ମଧ୍ୟ ଆସିନଥିବାରୁ ଏହାକୁ ଊଛେଦ କରିବା ପାଇଁ ଚଳିତ ମାସ ୧୩ ତାରିଖ ସକାଳ ୯ ଟା ସମୟରେ ବସ୍ତି ଉଛେଦ କରାଯିବା ପାଇଁ ନିଷ୍ପତି ହୋଇଥିବା ନେଇ କାର୍ଯ୍ୟନିର୍ବାହୀ ଅଧିକରୀ ପ୍ରୋମଦ କୁମାର ପାଢ଼ୀ ସୂଚନା ଦେଇଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.