ପୋଲସରା,୧୪/୦୬: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମଧୁପଲ୍ଲୀ ପଞ୍ଚାୟତ ଜିଲୁଣ୍ଡା ଗାଁର ଜଣେ ନାବାଳକ କୂଅରେ ପଡ଼ି ପ୍ରାଣ ହରାଇଛନ୍ତି । ମୃତ ନାବାଳକ ଜଣକ ହେଲେ ବସନ୍ତ କରଣଙ୍କ ପୁଅ ଦ୍ବିତିକୃଷ୍ଣ କରଣ ।
ସୂଚନା ମୁତାବକ, ଜିଲୁଣ୍ଡା ଗ୍ରାମର ଦ୍ବିତିକୃଷ୍ଣ କରଣ ନାମକ ଜଣେ ନାବାଳକ କୂଅରେ ପଡ଼ି ଯାଇଥିଲେ । ଏହା ଦେଖି ପରିବାର ଲୋକେ ତାଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ଖବର ପାଇ ଆସିକା ସାଂସଦ ଅନିତା ସୁଭଦର୍ଶିନୀ ପଟ୍ଟନାୟକ ପୋଲସରା ମେଡିକାଲରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ସରକାରୀ ସହାୟତା ପାଇଁ ନିର୍ଦ୍ଦେଶ ଦେଇଥିଲେ ।