ପୋଲସରା୧୨/୦୬: ପୋଲସରା ଥାନା ମଥୁରା ଗ୍ରାମରେ ମଦ ବ୍ୟବସାୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଦୁଇ ପକ୍ଷର ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସା ହେଉଛନ୍ତି । ଉକ୍ତ ଘଟଣାକୁ ନେଇ ପୋଲସରା ଥାନାରେ ଏତଲା ହୋଇଥିଲା । କେସ ନମ୍ବର ୪୧୧/୨୫ ପ୍ରକାରେ ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ମଥୁରା ଗ୍ରାମର ରାଜେଶ ଦଳେଇ, କଳମ୍ବର ରାଧାକାନ୍ତ ପ୍ରଧାନ, ରାଣୀପଡ଼ାର ବଳରାମ ପରିଡା,ସୁମନ୍ତ ବେହେରା ଓ ରାଜାରାମ ବେହେରା। ପ୍ରମୁଖ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ ହୋଇଥିବା ନେଇ ଥାନାଧିକାରୀ କୌଶିକ ମାଝୀ ସୂଚନା ପ୍ରଦାନ କରିଛନ୍ତି। ସୂଚନା ଥାଉକି ମଥୁରା ଗ୍ରାମର ଗଣ୍ଡଗୋଳକୁ ନେଇ ପୋଲସରା ସ୍ୱାସ୍ଥ୍ୟକେନ୍ଦ୍ର ରେ ଗଣ୍ଡଗୋଳ କରିଥିବା ନେଇ ଥାନାରେ ଏତଲା ହୋଇଥିଲା। ଯାହାକୁ ନେଇ ୪୧୨/୨୫ରେ ମାମଲା ରୁଜୁ ହୋଇଥିଲା । ଏଥିରେ ପୋଲସରା ମିଲ ସାହିର ସୁନୀଲ ରାଉତ ଓ ତୋଫାନ ସାହୁଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଆପ୍ର ବଡ଼ ଘୋଷଣା, ବିହାର ବିଧାନସଭା ନିର୍ବାଚନରେ ସବ...