କେନ୍ଦୁଝର ସଦର ୧୩/୦୬: ସଦର ଥାନା ଅଧିନ ଶୁଅକାଟି ଫାଣ୍ତି ଠାକୁର ଡିହି ବୁଲାଣି ଛକ ନିକଟରେ ଆଜି ଅପରାହ୍ନ ସମୟରେ ଅଜଣା ଗାଡି ଧକ୍କାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ଶୁଅକାଟି ମାଇନିଂ ଛକ ମହେଶ୍ବର ବାରିକ୍ ଙ୍କ ପୁଅ ବିଭୁ ବାରିକ୍ (୧୫),ବାଦଲ ନାଏକ (୨୨),ସନତ ନାଏକ (୨୧)। ଫାଣ୍ତି ଏସଆଇ ସୁରି ନାରାୟଣ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ପ୍ରାପ୍ତ ସୂଚନା ଅନୁସାରେ,ଏମାନେ ବାଇକ୍ ରେ ତିନିଜଣ ଶୁଆକାଟି ପଟୁ କେନ୍ଦୁଝର ଅଭିମୁଖେ ଯାଉଥିଲେ । ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ଧକ୍କା ଦେବାରୁ ତିନି ଜଣ ରାସ୍ତାରେ ଛିଟିକି ପଡିଥିଲେ । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଥିଲେ । ଗୁରୁତର ମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟଣାଇଥିବା ଗାଡି ଫେରାର ହୋଇଯାଇଛି । ତେବେ ଭାରିଯାନ ଗୁଡିକ ଅଟକି ରହିଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ପୋଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ଟ୍ରାଫିକ ସମସ୍ୟା ସ୍ବଭାବିକ ହୋଇଛି । ଏନେଇ ତିନୋଟି ମାମଲା ରୁଜୁ ହୋଇଛି।

ଆପ୍ର ବଡ଼ ଘୋଷଣା, ବିହାର ବିଧାନସଭା ନିର୍ବାଚନରେ ସବ...