ସଇଁତଳା, ୧୪/୬: ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ୍ ବୁଢ଼ାବାହାଲ ପାକ୍ସ ସଭାପତି ଧ୍ରୁବ ଚରଣ ସାହୁ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ। ପଦବୀରୁ ବହିଷ୍କାର ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଅଭିଯୋଗ ଅନୁସାରେ, ଗତ ୨୦୨୨ ମସିହାରେ ପାକ୍ସ ମ୍ୟାନେଜମେଣ୍ଟ କମିଟି ବୋର୍ଡ ନିର୍ବାଚନ ହୋଇଥିଲା। ଏହି ସମୟରେ ଧ୍ରୁବ ଚରଣ ସାହୁ ସରକାରଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦାଖଲ କରି ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଏନେଇ ସାମାଜିକ କର୍ମୀ ସୂଚନା ଅଧିକାର ବଳରେ ବୁଢ଼ାବାହାଲ ପାକ୍ସର ସଭାପତି ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠର ନକଲ କାଗଜପତ୍ର ମାଗିଥିଲେ। ତେବେ ଆରଟିଆଇ ତଥ୍ୟ ଅନୁସାରେ ଧ୍ରୁବ ଚରଣ ସାହୁଙ୍କର ତିନୋଟି ପୁଅ-ଝିଅ ରହିଥିବା ଜଣାପଡ଼ିଥିଲା। ତେଣୁ ଧ୍ରୁବ ଚରଣ ସାହୁଙ୍କୁ ପଦରୁ ବହିଷ୍କାର କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି।