ମ.ରାମପୁର, ୧୪/୬ : କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ମ.ରାମପୁର ଶିବ ମନ୍ଦିର ପ୍ରାଙ୍ଗଣରେ ମ.ରାମପୁର ମଣ୍ଡଳ ସଭାପତି ଯଜ୍ଞସେନ ପଣ୍ଡାଙ୍କ ସଭାପତିତ୍ଵରେ ବିକଶିତ ଭାରତ, ବିକଶିତ ଓଡ଼ିଶାର ସଂକଳ୍ପ ସଭା ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଲୋଚନ ମିଶ୍ର, ବକ୍ତା ଭାବେ ବରିଷ୍ଠ ବିଜେପି ନେତା ଶ୍ରୀକାନ୍ତ ହୋତା ଓ ସଂଯୋଜକ ଘନଶ୍ୟାମ ଗହୀର, ମୋହନଗିରି ମଣ୍ଡଳ ପ୍ରଭାରୀ ଖୁସିରାମ ସାହୁ, ମଣ୍ଡଳ ପ୍ରତିନିଧି ପ୍ରତାପ ଚନ୍ଦ୍ର ରଣା, କୃଷକ ମୋର୍ଚ୍ଚା ଉପସଭାପତି ଦିବାକର ବାଗ ପ୍ରମୁଖ ମଞ୍ଚାସୀନ ରହି କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକଶିତ ଭାରତର ଅମୃତ ମୁହୂର୍ତ୍ତରେ ସେବା ସୁଶାସନ ଓ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ସାଧାରଣ ସମ୍ପାଦକ ଦେବଦତ୍ତ ପ୍ରହରାଜ ମଞ୍ଚ ପରିଚାଳନା ଓ ସଂଯୋଜକ ବିଜୟ କୁମାର ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଜେପି ଦଳର ଯୁବ କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ। ଏଥିରେ ମ.ରାମପୁର ମଣ୍ଡଳରେ ବିଭିନ୍ନ ପଞ୍ଚାୟତରୁ ଦୁଇ ଶହରୁ ଉର୍ଦ୍ଧ୍ଵ କର୍ମୀ ଉପସ୍ଥିତ ରହିଥିଲେ।