ପ୍ରମୂଖ ଖବର
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ମୋବାଇଲ୍ ଛଡାଇ ନେବାରୁ ଯୁବକଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ, ୨ଜଣ ଅଟକ

Published By : Anindita Ratha | June 15, 2025 9:42 AM

ଖପ୍ରାଖୋଲ,୧୫/୬: ମୋବାଇଲ୍ ଛଡାଇ ନେବାରୁ ଯୁବକଙ୍କୁ ତଣ୍ଟି ଚିପି ହତ୍ୟା । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଦେଦର୍ହା ଗ୍ରାମରୁ ସାମ୍ନାକୁ ଆସିଛି ଏହି ଘଟଣା । ମୃତ ଯୁବକ ଜଣକ ଅଜୁ ପଧାନ  ବୋଲି ଜଣାପଡ଼ିଛି। 

ସୂଚନ ମୁତାବକ,   ଦେଦର୍ହା ଗ୍ରାମର ଶିବ ମନ୍ଦିର ନିକଟ ବଡ଼ ବନ୍ଧ ନାଲରେ   ଗ୍ରାମର ଯୁବକ ଧର୍ମୁ ମାଝୀ ଓ କରାଟୁ ମାଝୀ ରାତ୍ର ସମୟରେ ବସି ବାର୍ତ୍ତାଳାପ କରୁଥିଲେ । ଉକ୍ତ ସମୟରେ ଅଜୁ ପଧାନ ଆସି ଧର୍ମୁର ମୋବାଇଲକୁ ଛଡାଇ ଫେରାର ମାରିଥିଲା। ସେହି ସମୟରେ ଉଭୟ ଯୁବକ ଅଜୁକୁ ପିଛା କରି ଧରି ହାତାହାତି ହୋଇଥିଲେ । ଏହି ସମୟରେ ମୋବାଇଲକୁ ଅଜୁ ତଳେ ଫିଙ୍ଗି ଦେଇଥିଲା । ମୋବାଇଲ୍ ଫିଙ୍ଗି ଦେଲା ପରେ ଅଜୁର ତଣ୍ଟିକୁ ଉଭୟ ଯୁବକ ଚିପି ଦେଇଥିଲେ। ଫଳରେ ଅଜୁର ମୃତ୍ୟୁ ହୋଇଯାଇଥିଲା । ପରେ ଘଟଣାସ୍ଥଳକୁ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.