ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ଭୁବନକୁ ବ୍ୟାପିଲା ଝାଡ଼ାବାନ୍ତି ; ଜଣେ ବୃଦ୍ଧ ମୃତ, ୪୧ ଆକ୍ରାନ୍ତ

Published By : Gurupada Nath | June 15, 2025 6:03 PM

ଢେଙ୍କାନାଳ/ଭୁବନ,୧୫/୬ : ଯାଜପୁର ଜିଲ୍ଲା ପରେ ଢେଙ୍କାନାଳ ଜିଲ୍ଲା ଭୁବନକୁ ବ୍ୟାପିଲା ଝାଡ଼ାବାନ୍ତି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୧ରୁ ଅଧିକ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। କେତେକ ଘରେ ଚିକିତ୍ସିତ ହେଉଥିବାବେଳେ ୨୫ରୁ ଅଧିକ ଆକ୍ରାନ୍ତ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗାଁରେ ଝାଡ଼ାବାନ୍ତି ଖବରପାଇ ଏକ ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି। ଖୋଲା କୂଅ, ନଳକୂଅ ଗୁଡ଼ିକରେ ବ୍ଲିଚିଂ ପକାଇ ଜଳ ବିଶୋଧନ କରାଯିବା ସହ, ପାଣି ନମୁନା ପରୀକ୍ଷାଗାରକୁ ପଠାଇ ଦିଆଯାଇଛି । ଭୁବନ ଏନଏସିର ୧୨ନମ୍ବର ଓ୍ବାର୍ଡ଼ରେ ବଢ଼ି ଚାଲିଛି ଡାଇରିଆ। ଭୟଙ୍କର ହେବାରେ ଲାଗିଛି ଡାଇରିଆ। ଡାଇରିଆରେ ସ୍ଥାନୀୟ ଦଳିତବସ୍ତିର କୃପାସିନ୍ଧୁ ମଳିକଙ୍କର ମୃତ୍ୟୁ ହୋଇଛି । ପରିବାର ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଅଭିଯୋଗ କରୁଥିବାବେଳେ ଡାକ୍ତର ଏହାକୁ ଖଣ୍ଡନ କରିଛନ୍ତି। ତେବେ ଅନ୍ୟ ଡାଇରିଆ ରୋଗୀଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନେକ ରୋଗୀ ଘରେ ରହି ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି।

ସ୍ଥାନୀୟ ଆଶାକର୍ମୀ ଓ ଅଙ୍ଗନୱାଡ଼ି କର୍ମୀମାନେ ପ୍ରାଥମିକ ଚିକିତ୍ସାରେ ସହଯୋଗ କରିଛନ୍ତି । କେଉଁ କାରଣ ଯୋଗୁଁ ବିଭିନ୍ନ ୱାର୍ଡରେ ଝାଡା ବାନ୍ତି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ତାହା ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ   ମୁଖ୍ୟ  ଚିକିତ୍ସା ଅଧିକାରୀ ସଞ୍ଜୟ ମହାପାତ୍ର, କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣି ନାଇକ ତହସିଲଦାର ସୂର୍ଯ୍ୟଶଙ୍କର ଦାସ, ବିଧାୟକ ଶତ୍ରୁଘ୍ନ ଜେନା, ନଗରପାଳ ଶୁଭେନ୍ଦୁ କୁମାର ସାହୁ, ନିର୍ବାହି ଅଧିକାରୀ ପ୍ରଦୋତ ସାହୁ, ମୁଖ୍ୟ ଡାକ୍ତର  ରମେଶ ଚନ୍ଦ୍ର ସାହୁ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ମାତ୍ର ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀଙ୍କ ଅନୁପସ୍ଥିତ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି। ମୃତ କୃପାସିନ୍ଧୁଙ୍କ ଘର ଆଗରେ ଡ୍ରେନ୍ ମୁକୁଳା ରହିଛି। ଅମୃତ ଯୋଜନାରେ ଖୋଲା ଯାଇଥିବା ପାଇପ୍   ଲାଇନ ସହିତ ଗୁହାଳର ଆବର୍ଜନା ମିଶିଥିବାରୁ   କ୍ଷୋଭ ପ୍ରକାଶ କରାଯାଇଛି। ପ୍ରଶାସନ ପକ୍ଷରୁ   ମୃତକ ପରିବାରକୁ  ରେଡକ୍ରସ ପକ୍ଷରୁ ୧୦ହାଜର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ପାଉଚ ପାଣି ଓ ରାସ୍ତା କଡର ଖାଦ୍ୟ ଷ୍ଟଲ୍ ଉପରେ ଚଢାଉ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.