ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ସାହାଯ୍ୟ ଅପେକ୍ଷାରେ ଶଯ୍ୟାଶାୟୀ ସନ୍ଧ୍ୟାରାଣୀ

Published By : Gurupada Nath | June 15, 2025 5:25 PM

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ), ୧୫/୬ :  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସରସରା ପଞ୍ଚାୟତର ମହୁଲ ପାଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର ୪୫ବର୍ଷିୟା ରୋଗିଣା ସନ୍ଧ୍ୟାରାଣୀ ବିଶି ଦିନ ମଜୁରିଆ ଭାବେ କାମ କରନ୍ତି । ୩ମାସ ହେବ ଗୋଡ଼ ଭାଙ୍ଗିଯିବାରୁ ଚିକିତ୍ସା ଅଭାବରୁ ଶଯ୍ୟାଶାୟୀ । ଖଟରୁ ଉଠିବି ପାରିବାରେ ସକ୍ଷମ ହୋଇପାରୁ ନାହାନ୍ତି କି ଗୁରୁଣ୍ଡି ଯାଇ ପାରୁ ନାହାନ୍ତି l  ତାଙ୍କର କେହି ସମ୍ପର୍କୀୟ ବୋଲି ନ ଥିବାରୁ ବିଛଣାରେ ପଡ଼ି ରହିଛନ୍ତି l ସାଥି କହିଲେ ଭଙ୍ଗା ଜରି କୁଡ଼ିଆ l 

ତାଙ୍କର କହିବା ମୁତାବକ ଖାଇଲେ ଶୌଚ ହେବା ଭୟରେ ସେ ଖାଦ୍ୟ ଖାଇବା ପୁରାପୁରି ଛାଡ଼ି ଦେଇଛନ୍ତି । ଖାଦ୍ୟ ନ ଖାଇବାରୁ ଦେହ ମଧ୍ୟ ବହୁତ ଦୁର୍ବଳ ହୋଇଯିବାରୁ ପେଟ ଓ ଅଣ୍ଟାରେ ବହୁତ ଯନ୍ତ୍ରଣା ଭୋଗୁଛି । ଏହି ସମୟରେ କଷ୍ଟରେ ପୀଡ଼ିତା ଚିତ୍କାର କରନ୍ତି କିନ୍ତୁ ସେ ଏକୁଟିଆ ଜରି କୁଡ଼ିଆରେ ଶୁଣିବାର କେହି ନ ଥାନ୍ତି l ଗ୍ରାମବାସୀଙ୍କ କହିବା ଅନୁସାରେ ସନ୍ଧ୍ୟାରାଣୀ ଗାଁରେ ଥିବା ବୌଦ୍ଧ ରେଳ ଷ୍ଟେସନରେ ମଜୁରିଆ ଭାବେ କାମ କରୁଥିଲା, ଦିନେ ଅଚାନକ କାମ କରୁଥିବାବେଳେ ଅସାବଧାନ ଯୋଗୁଁ ସନ୍ଧ୍ୟାରାଣୀ ପଡ଼ି ଯାଇଥିଲା । 

ଫଳରେ ଗୋଟିଏ ଗୋଡ଼ ଭାଙ୍ଗି ଯିବାରୁ ସେ ସେଦିନରୁ ତାର ଜରି କୁଡ଼ିଆରେ ଶଯ୍ୟାଶାୟୀ l ଗ୍ରାମର କିଛି ଯୁବକ ସ୍ୱାସ୍ଥ୍ୟ କାଡରେ ଚିକିତ୍ସା ପାଇଁ ଭୁବେନେଶ୍ୱର ଘରୋଇ ଡାକ୍ତରଖାନକୁ ନେଇଥିଲେ । ଗୋଡ଼ର ଅପେରସନ ପାଇଁ ସମ୍ପର୍କୀୟଙ୍କ ଦସ୍ତଖସ୍ତ ଦରକାର ପଡିବାରୁ କେହି ଦଶକସ୍ତ ନ ଦେଇ ବିନା ଚିକିତ୍ସାରେ ସନ୍ଧ୍ୟାରାଣୀକୁ ଗାଁରେ ଆଣି ଛଡ଼ିଦେଲେ l ବିନା ଚିକିତ୍ସାରେ ଶଯ୍ୟାଶାୟୀ ସନ୍ଧ୍ୟାରାଣୀକୁ ଗ୍ରାମବାସୀ ଓ ଗାଁର ସ୍ବୟଂ ସହାୟକ ଗୋଷ୍ଠୀର CRP ଶୈଳ ସାହୁ କେତେବେଳେ ସlହ୍ୟ କେଇଥାନ୍ତି l ଏ ନେଇ  ଗ୍ରାମବାସୀ ଓ ପୀଡ଼ିତା ଗଣମାଧ୍ୟମରେ ନିଜର ଚିକତ୍ସା ଓ ଥଇଥାନ ପାଇଁ ଗଣମାଧ୍ୟମ ଜରିଆରେ ପ୍ରଶାସନ, ସ୍ଥାନୀୟ ବିଧାୟକ, ସାଂସଦ, ମୁଖ୍ୟମନ୍ତ୍ରୀ ଓ ହୃଦୟବାନ ବ୍ୟକ୍ତିଙ୍କୁ ସାହାଯ୍ୟ ପାଇଁ ଗୁହାରି କରୁଛନ୍ତି ୲

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.