ପ୍ରମୂଖ ଖବର
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

କଟକରେ ଝାଡ଼ାବାନ୍ତି ଆତଙ୍କ: ବାଙ୍କୀରେ ୨୬ ଓ ବୟାଳିଶମୌଜାରେ ୨୦ଜଣ ଅସୁସ୍ଥ, ପରୀକ୍ଷା ପାଇଁ ପଠାଗଲା ଜଳ ନମୁନା

Published By : Prameya | June 15, 2025 10:31 AM

କଟକ/ବାଙ୍କୀ/ଡମପଡ଼ା,୧୫/୦୬:  ଯାଜପୁର ପରେ କଟକରେ ଝାଡ଼ାବାନ୍ତି ବ୍ୟାପିଛି ।  ଦୁଇ ବ୍ଲକ୍‌ରୁ ୪୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । କଟକ ସଦର ବ୍ଲକ୍‌ ଅଧୀନ ବୟାଳିଶମୌଜା ଝିଙ୍କିରିଆ ଗ୍ରାମରେ ୨୦ଜଣ ଓ ବାଙ୍କୀ ବ୍ଲକ କନ୍ତପହଁରା ପଞ୍ଚାୟତ ଅନ୍ତର୍ଗତ ଘୋଳପୁର ଗ୍ରାମର ତଳସାହିରେ ୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ  ପଠାଯାଇଛି । ଜଳ ନମୁନା ସଂଗ୍ରହ କରାଯାଇଥିବା  ବେଳେ ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡିଛି । 

ଝିଙ୍କିରିଆ ଗ୍ରାମରେ ଜଳ ଜନିତ ସଂକ୍ରମଣ ହୋଇଥିଲା । ଏହାକୁ ପିଇ ଗ୍ରାମବାସୀ ଆକ୍ରାନ୍ତ ହୋଇଥିଲେ । ପ୍ରାୟ ୨୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ଚିକିତ୍ସା କରାଯାଇଥିଲା । ଏବେ ସୁଦ୍ଧା ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।  ବେଣ୍ଟକାର ସିଏଚ୍‌ସି ତରଫରୁ ଏଠାରେ ୩ ଦିନ  ଧରି ସ୍ୱାସ୍ଥ୍ୟ ଶିବିର ପରିଚାଳିତ ହେଉଛି । ବେଣ୍ଟକାର  ସିଏଚ୍‌ସିର କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇ  ସ୍ୱାସ୍ଥ୍ୟ ଶିବିରରେ ନିୟୋଜିତ କରାଯାଇଥିବା ଜିଲ୍ଲା  ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା  ମିଳିଛି । 

ଅନ୍ୟପକ୍ଷରେ ବାଙ୍କୀ କନ୍ତପହଁରା ପଞ୍ଚାୟତ ଅନ୍ତର୍ଗତ ଘୋଳପୁର ଗ୍ରାମର ତଳସାହିରେ ଝାଡ଼ାବାନ୍ତିରେ ଆକ୍ରାନ୍ତମାନେ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଆଠଗଡ଼ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଅନ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା  ସୂଚନା ମିଳିଛି । ଆଠଗଡ଼ ମେଡିକାଲରେ ୨ ଜଣଙ୍କ  ଚିକିତ୍ସା ଚାଲିଥିବା ବେଳେ ସେଠାରୁ ୨ ଆକ୍ରାନ୍ତଙ୍କୁ  କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।  ଶନିବାର ଖବର ପାଇ ବାଙ୍କୀ ଓ କଟକ ଜିଲ୍ଲା  ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଟିମ୍‌ ଘୋଳପୁର  ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । 

ଘୋଳପୁର ଗ୍ରାମରେ ଏବେ ପାନୀୟ ଜଳର  ଅଭାବ ଦେଖାଦେଇଛି । ଗ୍ରାମର ଅଧିକାଂଶ ଲୋକ  ପାଇପ୍‌ ପାଣି ବ୍ୟବହାର କରୁଥିବାବେଳେ କିଛି  ମହାନଦୀରୁ ପାଣି ଆଣି ଚଳୁଛନ୍ତି । ଗ୍ରାମକୁ  ଯାଇଥିବା ପାଇପ୍‌ ପାଣି ପିଇବା ଫଳରେ ଏଭଳି  ସ୍ଥିତି ଉପୁଜିଛି ବୋଲି ଗ୍ରାମବାସୀ ଅଭିଯୋଗ  କରିଛନ୍ତି । ବାଙ୍କୀ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ  କେନ୍ଦ୍ରର ଡା. ଅମରେଶ ସାହୁଙ୍କ ନେତୃତ୍ୱରେ  ଏକ ଟିମ୍‌ ଘୋଳପୁରରେ ପହଞ୍ଚି ଘରକୁ ଘର  ବୁଲି ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ ।  

ଏହା ସହିତ ପ୍ରତି ପରିବାରକୁ ହାଲୋଜେନ୍‌  ବଟିକା, ବ୍ଲିଚିଂ ପାଉଡର୍‌ ବଣ୍ଟନ କରିଥିଲେ ।  ଖୋଲା କୂଅ ଗୁଡ଼ିକରେ ମଧ୍ୟ ବ୍ଲିଚିଂ ପାଉଡର୍‌ ପକାଯାଇଛି । ଗ୍ରାମବାସୀଙ୍କୁ ସଂକ୍ରମଣ ବାବଦରେ  ସଚେତନ କରାଯାଇଥିଲା । ଏହି ଟିମ୍‌ରେ ଡା.  ମିଲନ ତ୍ରିପାଠୀ, ଜନସ୍ୱାସ୍ଥ୍ୟ ଅଧିକାରୀ ମାନଭଞ୍ଜନ  ଦଳାଇ, ମୋହନ ଚରଣ ସାହୁ, ଜୟ ପ୍ରକାଶ ଖଟୁଆ,  ସାବିତ୍ରୀ ପଣ୍ଡା ଏବଂ ଆଶାକର୍ମୀ ସାମିଲ ଥିଲେ ।  ଏହାସହିତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ  ମାଇକ୍ରୋ ବାଇଓଲୋଜିଷ୍ଟ୍‌ ଓ ଏପିଡେମିଓଲୋଜିଷ୍ଟଙ୍କୁ  ନେଇ ଏକ ଟିମ୍‌ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ  କରିଥିବା ଜଣାପଡ଼ିଛି । ଘୋଳପୁରରେ ଝାଡ଼ାବାନ୍ତି  ବ୍ୟାପିବା ଘଟଣା ଉପରେ ବିଭାଗ ସମ୍ପୂର୍ଣ୍ଣ  ନଜର ରଖିଛି ବୋଲି ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ  କେନ୍ଦ୍ରର ଡା. ଅମରେଶ ସାହୁ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.