ପ୍ରମୂଖ ଖବର
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଗଲା ୪ଟି ବଗି

Published By : Rasmita Pradhan | June 14, 2025 1:28 PM

ପାରାଦୀପ, ୧୪/୦୬ : ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ୪ଟି ଖାଲି ବଗି ଶନିବାର ଲାଇନଚ୍ୟୁତ ହୋଇଯାଇଛି। ପାରାଦୀପ ବନ୍ଦରରୁ ଆସି ପୁରୁଣା ଷ୍ଟେସନରେ ରଖାଯାଉଥିବା ବେଳେ ଏହି ଟ୍ରେନ୍‌ର ବଗି ଲାଇନଚ୍ୟୁତ ହୋଇଥିଲା। ସୌଭାଗ୍ୟବଶତଃ ବିଦ୍ୟୁତ୍ ଖୁଣ୍ଟରେ ମାଡ଼ ହେବା ପୂର୍ବରୁ ଟ୍ରେନ୍‌ ଅଟକି ଯାଇଥିଲା। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଥିଲା। ଟ୍ରେନ୍‌ର ଟ୍ରାକ୍ ଉପରେ କୋଇଲା ଗଦା ହୋଇ ରହିଥିବାରୁ ବର୍ଷା ଯୋଗୁଁ କୋଇଲାଗୁଡିକ ଟାଇଟ୍ ହୋଇଯାଇଥିବାରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।

ଗତ ଦୁଇଦିନ ତଳେ ମଧ୍ୟ ଏହି ରେଲୱେ ଟ୍ରାକ୍‌ରେ ଗୋଟିଏ ଟ୍ରେନ୍‌ର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା। ଫଳରେ ଟ୍ରାକ୍‌କୁ ସଫା କରିବା ପର୍ଯ୍ୟନ୍ତ ଏହି ଟ୍ରାକ୍‌ରେ ଟ୍ରେନ୍ ନଛାଡିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ତେବେ ଘଟଣାକୁ ଦୀର୍ଘ ସମୟ ବିତିଥିଲେ ମଧ୍ୟ କୌଣସି ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଦେଖିବାକୁ ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.