ପ୍ରମୂଖ ଖବର
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ବାଲେଶ୍ୱରରେ ଉତ୍କର୍ଷ-୨୦୨୫: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୨ ପ୍ରତିଭାଙ୍କୁ ‘ଉତ୍କର୍ଷ’ ସମ୍ମାନ

Published By : Prameya | June 14, 2025 2:11 PM

ବାଲେଶ୍ୱର,୧୪/୦୬: ବଣମଲ୍ଲୀ  ବଣରେ ଝଡ଼ି ନଯାଇ ତାହାର ସୁବାସ ସମାଜରେ ମହକିତ ହେବ  ସେଥିପାଇଁ ‘ପ୍ରମେୟ’ ପ୍ରୟାସ ଜାରି ରଖିଛି । ଓଡ଼ିଆ ଜାତିରେ ଶ୍ରେଷ୍ଠ  ଅନାଲୋଚିତ ପ୍ରତିଭାଙ୍କୁ ‘ପ୍ରମେୟ  ଉତ୍କର୍ଷ’ ଜରିଆରେ ପ୍ରୋତ୍ସାହିତ କରୁଛି ।  ସମାଜରେ ଯେକୌଣସି କ୍ଷେତ୍ରରେ  ଯିଏ ପ୍ରତିଭାକୁ ପ୍ରସ୍ପୁଟିତ କରିଛି,  ତାଙ୍କୁ ଉତ୍କର୍ଷ ସମ୍ମାନରେ ସମ୍ମାନିତ  କରି ଏକ ସାମାଜିକ ସହଭାଗିତାର  ଉଦାହରଣ ସୃଷ୍ଟି କରିଛି ବୋଲି  ‘ପ୍ରମେୟ’ ବାଲେଶ୍ୱର ସଂସ୍କରଣର  ‘ଉତ୍କର୍ଷ-୨୦୨୫’ କାର୍ଯ୍ୟକ୍ରମରେ ଅତିଥିବୃନ୍ଦ ମତ ପ୍ରକାଶ କରିଛନ୍ତି । 

ବାଲେଶ୍ୱର ଗାନ୍ଧି ସ୍ମୃତି ଭବନ  ପରିସରରେ ଶୁକ୍ରବାର ‘ପ୍ରମେୟ’  ବାଲେଶ୍ୱର ସଂସ୍କରଣର ‘ଉତ୍କର୍ଷ  -୨୦୨୫’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ‘ପ୍ରମେୟ ଓ ନ୍ୟୁଜ-୭’ର ଗ୍ରୁପ୍‌ ଡାଇରେକ୍ଟର (ସେଲ୍‌ସ  ଆଣ୍ଡ୍‌ ମାର୍କେଟିଂ) ହିମାଂଶୁ ହୋତା  ସ୍ୱାଗତ ବକ୍ତବ୍ୟରେ କହିଲେ, କମ୍‌ ସମୟରେ ଆମେ ପାଠକଙ୍କ ବିଶ୍ୱାସ ଜିଣିଛୁ । ସଠିକ୍‌ ଖବର ପ୍ରକାଶ କରି  ଆମେ ଅଗ୍ରଣୀମାନଙ୍କଠାରୁ ଆଗରେ ରହିପାରିଛୁ । ବରେଣ୍ୟ ଅତିଥି ଭାବେ ଶାସକ ଦଳ ମୁଖ୍ୟ ଉପ ସଚେତକ  ତଥା ରେମୁଣା ବିଧାୟକ ଗୋବିନ୍ଦ  ଦାସ ଯୋଗଦେଇ ଅନାଲୋଚିତ ବ୍ୟକ୍ତି  ବିଶେଷଙ୍କୁ ଉତ୍କର୍ଷ ସମ୍ମାନରେ ସମ୍ମାନିତ  କରି ‘ପ୍ରମେୟ’ଏକ ଗୁରୁତ୍ୱପୂର୍ଣ୍ଣ  ସାମାଜିକ କାର୍ଯ୍ୟ କରିଛି ବୋଲି  କହିଥିଲେ । 

ଅନ୍ୟତମ ବରେଣ୍ୟ ଅତିଥି ଭାବେ ବସ୍ତା ବିଧାୟିକା ସୁବାସିନୀ ଜେନା  ଯୋଗଦେଇ କହିଲେ, ଏହି କାର୍ଯ୍ୟକ୍ରମ  ଅନନ୍ୟ । ଖୁଚୁରା ବ୍ୟବସାୟୀଠାରୁ  ଆରମ୍ଭ କରି ଲୋକକଳା, ସାମାଜିକ  ସେବାରେ ଯେଉଁମାନେ ପ୍ରକୃତ ଉତ୍କର୍ଷ  ହାସଲ କରିଛନ୍ତି ‘ପ୍ରମେୟ’ ସେମାନଙ୍କୁ  ସମ୍ମାନିତ କରି ମହତ ଉଦ୍ଦେଶ୍ୟ ସାଧନ  କରୁଛି । ଏବେ ତୃଣମୂଳ ସ୍ତରରେ  ‘ପ୍ରମେୟ’ ପହଞ୍ଚି ଯଥେଷ୍ଟ ଆଦର  ସାଉଁଟିଛି । ସଦର ବିଧାୟକ ମାନସ  ଦତ୍ତ କହିଥିଲେ, ସାମାଜିକ କାର୍ଯ୍ୟରେ  ନିୟୋଜିତ ଥିବା ପ୍ରତିଭାଙ୍କୁ ଯେଉଁ ଜୁରି  ଚୟନ କରିଛନ୍ତି ସେମାନେ ଧନ୍ୟବାଦର  ପାତ୍ର । ଖବରକାଗଜ କେବଳ ପାଠକଙ୍କ  ମଧ୍ୟରେ ସୀମିତ ନାହିଁ³ ସାମାଜିକ  କାର୍ଯ୍ୟକ୍ରମରେ ମଧ୍ୟ ଅଗ୍ରଣୀ ଭୂମିକା  ନେଉଛି । ଅନ୍ୟତମ ବରେଣ୍ୟ ଅତିଥି  କବି ପ୍ରଶାନ୍ତ ଦାଶ କାର୍ଯ୍ୟକ୍ରମକୁ  ପ୍ରଶଂସା କରି ମାତ୍ର କେଇ ବର୍ଷ ମଧ୍ୟରେ  ‘ପ୍ରମେୟ’ ଜନତାଙ୍କ ବିଶ୍ୱାସଭାଜନ ହୋଇପାରିଛି । ‘ପ୍ରମେୟ’ର ଏହି ସୁନ୍ଦର  ପ୍ରୟାସ ସୁଦୂର ପ୍ରସାରି ହେଉ ବୋଲି  କହିଥିଲେ । 

ପ୍ରମେୟ, ନ୍ୟୁଜ-୭ର  ସିଇଓ ସୁନୀଲ କୁମାର ଦାସ କହିଥିଲେ,  ଆମେ ସମାଜ ପାଇଁ କେବଳ ଖବର  ଛାପୁନୁ³ ଗୁଣ୍ଡୁଚି ମୂଷା ଭଳି ଶିକ୍ଷା, ସ୍ୱାସ୍ଥ୍ୟର ଉନ୍ନତି ସହ ବିଭିନ୍ନ ବର୍ଗର  ପ୍ରତିଭାଙ୍କୁ ଖୋଜି ବାହାର କରିବାକୁ  ପ୍ରତିଶ୍ରୁତିବଦ୍ଧ । ପରେ ଅନ୍ୟତମ ଅତିଥି  ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର  ବିକାଶ ଆଜିର ଏହି ମଞ୍ଚରୁ ଅନେକ  ଅଜଣା କଥା ଜଣାପଡ଼ିଲା³ ନାପକିନ  ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତ କରୁଥିବା ଜଣେ ସେବକଙ୍କ ପ୍ରୟାସ  ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ହେବ  ବୋଲି ସେ ମତ ରଖିଥିଲେ । 

ମୁଖ୍ୟ ବକ୍ତା  ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟ  କୁଳପତି ପ୍ରଫେସର ସନ୍ତୋଷ କୁମାର  ତ୍ରିପାଠୀ ଯୋଗଦେଇ ଲୁକ୍କାୟିତ  ଅବସ୍ଥାରେ ଥିବା ପ୍ରତିଭାଙ୍କୁ ଚିହ୍ନାଇବାରେ  ‘ପ୍ରମେୟ’ର ଉଦ୍ୟମ ନିଆରା । ଏହି  ମଞ୍ଚ ସେହିଭଳି ମାନ୍ୟ ବ୍ୟକ୍ତିବିଶେଷ ଓ  ଅନୁଷ୍ଠାନକୁ ସମ୍ମାନିତ କରି ଗଣମାଧ୍ୟମର ସାମାଜିକ ଧର୍ମ ପାଳନ କରିପାରିଛି  ବୋଲି ମତ ପ୍ରକାଶ କରିଥିଲେ ।   

ବାଲେଶ୍ୱର ସଂସ୍କରଣ ମୁଖ୍ୟ  କମଳାକାନ୍ତ ପତିଙ୍କ ତତ୍ତ୍ୱାବଧାନରେ  ଅନୁଷ୍ଠିତ ଏହି ଉତ୍ସବରେ ପ୍ରମେୟର  ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।  ଏଥିରେ ନୃତ୍ୟାନୁଷ୍ଠାନ ‘ନାଚ୍‌’ର  କଳାକାରମାନେ ନୃତ୍ୟ ପରିବେଷଣ  କରିଥିଲେ । ସୁରେଶ, ଶ୍ୱେତାଙ୍କ ସଙ୍ଗୀତ  ଦର୍ଶକଙ୍କୁ ମତୁଆଲା କରିଥିଲା । ବିଭିନ୍ନ  କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ  ୧୨ ଜଣ ପ୍ରତିଭାଙ୍କୁ ଉତ୍କର୍ଷ-୨୦୨୫  ସମ୍ମାନରେ ସମ୍ମାନିତ କରାଯାଇଥିଲା ।  

ସେହିଭଳି ଉତ୍କଳ ଦିବସ ଅବସରରେ  ଭଦ୍ରକ ଓ ବାଲେଶ୍ୱରର ସ୍କୁଲ  ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ବିତର୍କ  ପ୍ରତିଯୋଗିତାର ଶ୍ରେଷ୍ଠ ୧୪ ଜଣ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ସମ୍ମାନିତ  କରାଯାଇଥିଲା । ଉପସ୍ଥାପିକା ପାୟଲ  ମଞ୍ଚ ପରିଚାଳନା କରିଥିବାବେଳେ  ନ୍ୟୁଜ-୭ ବ୍ୟୁରୋ ମୁଖ୍ୟ ସର୍ବେଶ୍ୱର  ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.