ପ୍ରମୂଖ ଖବର
  • ମା’ ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ
  • ||
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଆଧାର କାର୍ଡ ନ ଥିଲେ ସବୁ ଅଧୁରା, ଏଣିକି ସରକାରୀ ସୁବିଧା ପାଇଁ "ଆଧାର' ଜରୁରୀ

Published By : Prameya | June 14, 2025 9:30 AM

ଭୁବନେଶ୍ୱର,୧୪/୦୬: ଏଣିକି  ବିଭିନ୍ନ ପ୍ରକାରର ସରକାରୀ ସୁବିଧା ପାଇଁ "ଆଧାର' ବାଧ୍ୟତାମୂଳକ ହେବ ।  ଜାତି, ଆୟ, ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ହେଉ କି ଜମିଜମା ରେକର୍ଡ ଓ ପଞ୍ଜୀକରଣ ପାଇଁ ଆଧାର  ନମ୍ୱର ଦେବାକୁ ପଡ଼ିବ । ନଚେତ ଆଧାର ଆବେଦନ କରି ଏହାର ନମ୍ବର ଦେବାକୁ  ପଡ଼ିବ । ସତ୍ୟପାଠ ଦେବାକୁ ପଡ଼ିବ ।  କେବଳ ସେତିକି ନୁହେଁ ସରକାରଙ୍କ ବିଭିନ୍ନ ଯୋଜନାରେ ସବ୍‌ସିଡି ଓ ପ୍ରତ୍ୟକ୍ଷ  ଲାଭ ହସ୍ତାନ୍ତର(ଡିବିଟି)ସୁବିଧାର ହିତାଧିକାରୀଙ୍କ ପାଇଁ ମଧ୍ୟ ଆଧାର ନମ୍ୱର ବାଧ୍ୟତାମୂଳକ କରାଯାଇଛି । ସରକାରୀ ସେବା ପ୍ରକ୍ରିୟାକୁ ସରଳ, ପାରଦର୍ଶୀ ଓ ବ୍ୟାପକ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଶୁକ୍ରବାର ରାଜସ୍ୱ ଓ  ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ  ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି  ହୋଇଛି ।  

ବିଭିନ୍ନ ପ୍ରକାରର ସାର୍ଟିଫିକେଟ୍‌ର ଜାଲିଆତି ରୋକିବା ପାଇଁ ଏଭଳି  ପଦକ୍ଷେପ ନିଆଯାଇଛି । ବାମହାତ ବୁଢ଼ା ଅଙ୍ଗୁଠି ଚିହ୍ନକୁ ପ୍ରମାଣ ଭାବେ ବ୍ୟବହାର କରିବାକୁ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି । ୨୦୧୬ ଆଧାର  ଆଇନର ଧାରା ୭ ଅନୁଯାୟୀ, ଏହା  ସରକାରୀ ସେବା ବିତରଣକୁ ସରଳ କରିବ, ପାରଦର୍ଶିତା ଆଣିବା ସହ ହିତାଧିକାରୀମାନଙ୍କୁ ସିଧାସଳଖ ଲାଭ ପହଞ୍ଚାଇବ । ଯେଉଁମାନଙ୍କର ଆଧାର  ନମ୍ୱର ନାହିଁ କିମ୍ୱା ଆଧାର ନିମନ୍ତେ ପଞ୍ଜୀକରଣ କରିନାହାନ୍ତି, ସେମାନଙ୍କୁ  ଜନସେବା କେନ୍ଦ୍ର କିମ୍ୱା ଆଧାର କେନ୍ଦ୍ରକୁ ଯାଇ ନିଜର ଆଧାର ପ୍ରସ୍ତୁତ କରିବାକୁ ପଡ଼ିବ । 

ରାଜ୍ୟ ସରକାରଙ୍କ  ପକ୍ଷରୁ ଓକାକ୍‌ ଓ ଏନ୍‌ଆଇସି  କେନ୍ଦ୍ରରେ "ଆଧାର' ପଞ୍ଜୀକରଣର  ସୁବିଧା କରାଯାଇଛି । କୌଣସି ବ୍ଲକ  ଓ ତହସିଲରେ "ଆଧାର' ପଞ୍ଜୀକରଣ କେନ୍ଦ୍ର ନ ଥିଲେ ରାଜସ୍ୱ ବିଭାଗ ପକ୍ଷରୁ  ୟୁଏଆଇଡିଏଆଇ ରେଜିଷ୍ଟ୍ରାରଙ୍କ ସହ  ସମନ୍ୱୟ କରି ସୁବିଧାଜନକ ସ୍ଥାନରେ ଏହି ସୁବିଧା ଯୋଗାଇ ଦିଆଯିବ । ଆଧାର ନମ୍ୱର ମିଳିବା ପର୍ଯ୍ୟନ୍ତ ଆବେଦନକାରୀ ଆଧାର ଆବେଦନର  ସ୍ଲିପ୍‌ ସହ ବ୍ୟାଙ୍କ କିମ୍ୱା ଡାକଘର ପାସବୁକ (ଫଟୋ ସହ), ପାନ କାର୍ଡ, ପାସପୋର୍ଟ, ରାସନ କାର୍ଡ, ଭୋଟର ପରିଚୟ ପତ୍ର, ମନରେଗା ଜବ୍‌  କାର୍ଡ, କିଷାନ ବିକାଶ ପତ୍ର, ଡ୍ରାଇଭିଂ  ଲାଇସେନ୍ସ କିମ୍ୱା ଗେଜେଟେଡ୍‌  ଅଫିସର ଅବା ତହସିଲଦାରଙ୍କ ଦ୍ୱାରା  ଅଫିସିଆଲ ଲେଟର୍‌ହେଡରେ ଜାରି ପରିଚୟ ପ୍ରମାଣପତ୍ରକୁ ବ୍ୟବହାର  କରିବେ । ଯଦି ଆଧାର ସତ୍ୟପାଠ  ବିଫଳ ହୁଏ, ତେବେ ଆଖିର ଛବି, ମୋବାଇଲ୍‌ ଓଟିପି ମାଧ୍ୟମରେ ବିକଳ୍ପ  ବ୍ୟବସ୍ଥା ରହିବ । ଶେଷ ପର୍ଯ୍ୟନ୍ତ ଆଧାର ଚିଠିର କ୍ୟୁଆର କୋଡ୍‌ ସହିତ ଫିଜିକାଲ ଆଧାର ଦେଖାଇ  ସାର୍ଟିଫିକେଟ୍‌ ମିଳିପାରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.