ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟ୍‌ରେ ତ୍ରୁଟି, ଗୁଗଲ୍‌ ଆପ୍‌ ସର୍ଚ୍ଚରେ ଖୋଲୁଛି ବେଟିଂ ୱେବ୍‌ସାଇଟ୍

କଟକ, ୨୦।୭: ରେଭେନ୍ସା ବିଶ୍ୱବିଦ୍ୟାଳୟର ୱେବ୍‌ସାଇଟ୍‌ରେ ଶୁକ୍ରବାର ଦିନ ଏକ ବଡ଼ ତ୍ରୁଟି ପରିଲଖିତ ହୋଇଛି । ପୂର୍ବାହ୍ନରୁ ଏହି ୱେବ୍‌ସାଇଟ୍‌ ଖୋଲିବାରୁ ତାହା ନ ଖୋଲି ଏକ ଗେମ୍‌ ବା ବେଟିଂ ସଂସ୍ଥାର ପେଜ୍‌ ଖୋଲିଥିଲା । ଏହି ସମସ୍ୟା ଉଭୟ କମ୍ପ୍ୟୁଟର ଓ ମୋବାଇଲ୍‌ରେ ଦେଖାଦେଇଥିଲା । ତେବେ ଦୀର୍ଘ ସମୟ ପରେ ଅର୍ଥାତ ସନ୍ଧ୍ୟାସୁଦ୍ଧା ଏହି ତ୍ରୁଟିକୁ କିଛି ଅଂଶରେ ସମାଧାନ କରାଯାଇଥିବା କର୍ତ୍ତୃପକ୍ଷ ଦାବି କରିଛନ୍ତି । ମାତ୍ର ମୋବାଇଲ୍‌ର ଗୁଗଲ୍‌ ଆପ୍‌ରେ ଏହି ସମସ୍ୟା ଏବେ ବି ରହିଛି । ଏହି ସମସ୍ୟା କ’ଣ ପାଇଁ ହୋଇଛି ସେନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇନାହିଁ । ମାତ୍ର ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟ୍‌ରେ ବାରମ୍ବାର ଏହି ସମସ୍ୟା ଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାର ସମାଧାନ ଦିଗରେ ପଦକ୍ଷେପ ନେଉନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । 

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସ୍ନାତକ ନାମଲେଖା ପ୍ରକ୍ରିୟା ଜାରି ରହିଛି । ଏନେଇ ଛାତ୍ରଛାତ୍ରୀମାନେ ୱେବ୍‌ସାଇଟ୍‌ ବ୍ୟବହାର କରୁଛନ୍ତି । ମାତ୍ର ଆଜି ପୂର୍ବାହ୍ନରେ ଛାତ୍ରଛାତ୍ରୀ ୱେବ୍‌ସାଇଟ୍‌ ଖୋଲିବା ମାତ୍ରେ ତାହା ଖୋଲି ନଥିଲା । ଗୁଗଲ୍‌ ପେଜ୍‌ରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ୱେବ୍‌ସାଇଟ୍‌ ନାଁ ଆସୁଥିଲା । ଏଥି ସହିତ ବେଣ୍ଟୋ୪ଡି ନାମକ ଏକ ଗେମ୍‌ ତଥା ବେଟିଂ ୱେବ୍‌ସାଇଟ୍‌ର ନାଁ ମଧ୍ୟ ଦେଖାଉଥାଏ । ତାହାକୁ କ୍ଲିକ୍‌ କରିବାରୁ ଏକ ଗେମ୍‌ ବା ବେଟିଂ ପେଜ୍‌ ଖୋଲୁଥିଲା । ମାତ୍ର ସିଧାସଳଖ ରେଭେନ୍ସା ୱେବ୍‌ସାଇଟ୍‌ର ନାଁ ଗୁଗଲ୍‌ କ୍ରୋମ୍‌ କିମ୍ବା ମୋଜିଲା ଫାୟାରଫକ୍ସର ସର୍ଚ୍ଚ ବାର୍‌ରେ ଲେଖିଲେ ତାହା ୱେବ୍‌ସାଇଟ୍‌ ପେଜ୍‌କୁ ଓପନ୍‌ କରୁଥିଲ । ଅର୍ଥାତ୍‌ ଗୁଗଲ୍‌ ସର୍ଚ୍ଚ ଇଂଜିନ ଭିତରେ ୱେବ୍‌ସାଇଟ୍‌ର ତଥ୍ୟକୁ କିଛି ଏପଟସେପଟ କରାଯାଇଥିଲା । 

ତେବେ ଏହି ତ୍ରୁଟି ଆସିବା ପରେ ଛାତ୍ରଛାତ୍ରୀ ଦୀର୍ଘ ସମୟ ତଥ୍ୟ ପାଇପାରିଲେ ନାହିଁ । ଏନେଇ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଗଲା । ଏହା ପରେ ବୈଷୟିକ ଟିମ୍‌ ହସ୍ତକ୍ଷେପ କରିବାରୁ ସନ୍ଧ୍ୟାରେ ଉକ୍ତ ଅସୁବିଧାର କିଛି ଅଂଶରେ ସମାଧାନ ହୋଇପାରିଲା । କମ୍ପ୍ୟୁଟରରେ ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟ୍‌ ଖୋଲିବାରୁ ତାହା ଖୋଲୁଛି । ମାତ୍ର ମୋବାଇଲ୍‌ର ଗୁଗଲ୍‌ ଆପ୍‌ରେ ବିଶ୍ୱବିଦ୍ୟାଳୟର ନାଁ ସର୍ଚ୍ଚ କରି ତାହାକୁ କ୍ଲିକ୍‌ କରିବା ପରେ ସେହି ଗେମିଂ ବା ବେଟିଂ ୱେବ୍‌ସାଇଟ୍‌ ଖୋଲୁଛି । କିନ୍ତୁ ମୋବାଇଲ୍‌ରେ ଗୁଗଲ୍‌ କ୍ରୋମ୍‌ ଆପ୍‌ର ଟାକ୍ସ ବାର୍‌ରେ ସିଧାସଳଖ ୱେବ୍‌ସାଇଟ୍‌ର ନାଁ ଟାଇପ୍‌ କଲେ ତାହା ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟ୍‌କୁ ଓପନ୍‌ କରାଯାଉଛି । ଏହି ସମସ୍ୟା ଦୂର ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାମ କରୁଥିବା ସୂଚନା ମିଳିଛି । ସମ୍ଭବତଃ ଆଜି ଯେଉଁ ମାଇକ୍ରୋସଫ୍ଟର ସର୍ଭର କ୍ରାସ୍‌ କରିଛି ସେଥିପାଇଁ ଏଭଳି ସମସ୍ୟା ହୋଇଥାଏ ପାରେ ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟର ବୈଷୟିକ ଟିମ୍‌ ଆଶଙ୍କା କରୁଛି । ତେବେ ଖୁବ୍‌ଶୀଘ୍ର ପୂର୍ବ ସ୍ଥିତି ଫେରିଆସିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏନେଇ କିନ୍ତୁ କଟକ ସାଇବାର ଥାନା କିମ୍ବା କ୍ରାଇମବ୍ରାଞ୍ଚରେ କୌଣସି ଅଭିଯୋଗ ହୋଇନାହିଁ । ୱେବ୍‌ସାଇଟ୍‌ ହ୍ୟାକ୍‌ ହେବା କଥାକୁ ରେଭେନ୍ସା କର୍ତ୍ତୃପକ୍ଷ ଅସ୍ୱୀକାର କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.