ମାଞ୍ଚେଷ୍ଟର,୨୨/୦୭: ଚତୁର୍ଥ ଟେଷ୍ଟ ପାଇଁ ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି । ଲର୍ଡ୍ସରେ ତୃତୀୟ ଟେଷ୍ଟ ଖେଳିଥିବା ଦଳରୁ କେବଳ ସୋହେବ ବସିର ବାଦ ପଡ଼ିଛନ୍ତି ଓ ତାଙ୍କ ସ୍ଥାନରେ ଲାଏମ ଡାଓସନଙ୍କୁ ସ୍ଥାନ ମିଳିଛି । ବାକି ୧୦ ଖେଳାଳିଙ୍କ ସ୍ଥାନ ଅପରିବର୍ତ୍ତିତ ରହିଛି ।
ଲର୍ଡ୍ସରେ ବସିର ଆହତ ହୋଇଥିଲେ । ଆଘାତ ଗୁରୁତର ଥିବାରୁ ତାଙ୍କୁ ଶେଷ ୨ଟି ଟେଷ୍ଟରୁ ବାଦ ଦିଆଯାଇଥିଲା ଓ ଡାଓସନଙ୍କୁ ସାମିଲ କରାଯାଇଥିଲା । ୮ ବର୍ଷ ପରେ ଡାଓସନ ଟେଷ୍ଟ କ୍ରିକେଟ୍ ଖେଳିବା ନିଶ୍ଚିତ ହୋଇଛି । ସେ ଶେଷ ଥର ପାଇଁ ୨୦୧୭ ଜୁଲାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଖେଳିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ସେ ୩୭୧ଟି ୱିକେଟ୍ ନେଇ ସାରିଛନ୍ତି । ମାତ୍ର ୨୦୨୧ ପରଠୁ ତାଙ୍କ ପ୍ରଦର୍ଶନରେ ବେଶ୍ ଉନ୍ନତି ହୋଇଛି । ଗତ ୪ ବର୍ଷ ମଧ୍ୟରେ ସେ ୧୨ଥର ୫ ୱିକେଟ୍ ସଫଳତା ଅର୍ଜନ କରିଛନ୍ତି ଓ ବ୍ୟାଟିଂ କରି ୯ଟି ଶତକ ଅର୍ଜନ କରିଛନ୍ତି ।
ଚୂଡ଼ାନ୍ତ ଏକାଦଶ: ଜ୍ୟାକ୍ କ୍ରଲି, ବେନ ଡକେଟ୍, ଓଲି ପୋପ, ଜୋ ରୁଟ୍, ହ୍ୟାରୀ ବ୍ରୁକ୍, ବେନ ଷ୍ଟୋକ୍ସ (ଅଧିନାୟକ), ଜାମି ସ୍ମିଥ୍, ଲାଏମ ଡାଓସନ, କ୍ରିସ ୱକ୍ସ, ବ୍ରାଇଡନ କାର୍ସ, ଜୋଫ୍ରା ଆର୍ଚର ।