ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

୨୦୨୭ ସୁଦ୍ଧା ପ୍ରଥମ ଟ୍ରିଲିୟନେୟାର ହେବେ ଏଲନ୍‌ ମସ୍କ: ୨୦୨୮ରେ ଗୌତମ ଆଦାନି, ୨୦୩୩ରେ ମୁକେଶ ଅମ୍ବାନି

ନୂଆଦିଲ୍ଲୀ,୧୦/୦୯: ଇଲେକ୍ଟ୍ରିକ୍‌  କାର ନିର୍ମାତା ଟେସ୍‌ଲା ଏବଂ ରକେଟ୍‌  ନିର୍ମାତା ସ୍ପେସ୍‌ଏକ୍ସର ସିଇଓ ଏଲନ୍‌  ମସ୍କ ୨୦୨୭ ସୁଦ୍ଧା ବିଶ୍ୱର ପ୍ରଥମ  ଟ୍ରିଲିୟନେୟାର ହୋଇପାରନ୍ତି । ପରବର୍ତ୍ତୀ  ବର୍ଷ ଅର୍ଥାତ ୨୦୨୮ରେ ଭାରତୀୟ  ଟାଇକୁନ୍‌ ଗୌତମ ଆଦାନି ଏବଂ ଏସିଆର  ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନି  ୨୦୩୩ରେ ଏହି ମୁକୁଟ ପିନ୍ଧିପାରନ୍ତି ।  ଇନ୍‌ଫର୍ମା କନେକ୍ଟ ଏକାଡେମିର  ଏକ ରିପୋର୍ଟରେ ଏହା ଦର୍ଶାଯାଇଛି ।  

ବର୍ତ୍ତମାନ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି  ହେଉଛନ୍ତି ମସ୍କ । ତାଙ୍କ ନେଟ୍‌ ସମ୍ପତ୍ତି  ୨୩୭୦୦ କୋଟି ଡଲାର । ଯଦି ତାଙ୍କ ସମ୍ପତ୍ତି  ବର୍ଷକୁ ୧୧୦% ହାରରେ ବଢ଼େ ତା’ହେଲେ  ସେ ପୃଥିବୀର ପ୍ରଥମ ଟ୍ରିଲିୟନେୟାର  ପାଲଟିବେ ବୋଲି ରିପୋର୍ଟରେ କୁହାଯାଇଛି ।  ବିଶ୍ୱ ଅରବପତି ତାଲିକାରେ ୧୩ ତମ ସ୍ଥାନରେ ଥିବା ଗୌତମ  ଆଦାନି ବିଶ୍ୱର ଦ୍ୱିତୀୟ ଟ୍ରିଲିୟନେୟାର  ପାଲଟିପାରନ୍ତି । ଏଥିପାଇଁ ତାଙ୍କ ସମ୍ପତ୍ତିରେ  ବାର୍ଷିକ ୧୨୩% ଅଭିବୃଦ୍ଧି ଲୋଡ଼ା । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମୁକେଶ ଅମ୍ବାନି  ଏବେ ଏସିଆର ସବୁଠୁ ଧନୀ ବ୍ୟକ୍ତି ।  ନେଟ୍‌ ସମ୍ପତ୍ତି ୧୧୧୦୦ କୋଟି ଡଲାର । ୨୦୩୩ରେ ଅମ୍ବାନି ସମାନ ମାନ୍ୟତା ହାସଲ  କରିବେ ବୋଲି ରିପୋର୍ଟରେ କୁହାଯାଇଛି ।

 ଏଲନ୍‌ ମସ୍କ ଏବଂ ଗୌତମ ଆଦାନିଙ୍କ  ପରେ ଏନ୍‌ଭିଡିଆ ପ୍ରତିଷ୍ଠାତା ଜେନ୍‌ସେନ  ହୁଆଙ୍ଗ, ଇଣ୍ଡୋନେସୀୟ ଉଦ୍ୟୋଗୀ  ପ୍ରାଜୋଗୋ ପାଙ୍ଗେସୁ, ଫ୍ରାନ୍ସ ଅରବପତି  ବର୍ଣ୍ଣାର୍ଡ ଅର୍ଣ୍ଣଲ୍ଟ ଏବଂ ଫେସ୍‌ବୁକ୍‌ ସିଇଓ  ମାର୍କ ଜୁକ୍କରବର୍ଗ ପରବର୍ତ୍ତୀ ସମ୍ଭାବ୍ୟ  ଟ୍ରିଲିୟନେୟାର ହୋଇପାରନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.