ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

କାଶୀପୁର ବ୍ଲକର ବିଦ୍ୟୁତ ବିଭାଗ ତରଫରୁ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ

କାଶୀପୁର, ୨୨/୭ : ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ସ୍ଥାନୀୟ ବିଦ୍ୟୁତ ବିଭାଗ ପକ୍ଷରୁ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ କାଶୀପୁରରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଏବେ ବର୍ଷା ଋତୁ ଚାଲିଥିବା ବେଳେ ବିଦ୍ୟୁତ ଆଘାତରୁ କିପରି ସର୍ତକତା ଅବଲମ୍ବନ କରିବେ ସେନେଇ ଲୋକଙ୍କୁ ସତର୍କ କରାଇଛି ବିଦ୍ୟୁତ ବିଭାଗ।

ବର୍ଷା ଦିନେ କୌଣସି ବିଦ୍ୟୁତ ଖୁଣ୍ଟ ଛୁଇଁବେ ନାହିଁ, ଯଦି କୌଣସି ଯାଗାରେ ବିଦ୍ୟୁତ ତାର ଛିଣ୍ଡିଛି ସେ ପାଖକୁ ଯିବେ ନାହିଁ ଏନେଇ ତୁରନ୍ତ ବିଦ୍ୟୁତ ବିଭାଗ କର୍ମଚାରିଙ୍କୁ ଜଣାଇବେ, ବିଦ୍ୟୁତ ତାର ତଳେ କେବେ ଗଛ ଲଗାନ୍ତୁ ନାହିଁ କିମ୍ବା ବିଦ୍ୟୁତ ତାର ଥିବା ସ୍ଥାନରେ ଗଛ କାଟନ୍ତୁ ନାହିଁ, ବିଦ୍ୟୁତ ତାର ଉପରେ ଲୁଗା ଶୁଖେଇବେ ନାହିଁ, ବିଦ୍ୟୁତ ଖୁଣ୍ଟରେ ପଶୁ ପକ୍ଷୀଙ୍କୁ ବାନ୍ଧନ୍ତୁ ନାହିଁ, ଘରେ ବ୍ୟବହାର କରୁଥିବା ବିଦ୍ୟୁତ ବୋର୍ଡରେ ଅଧିକ ପ୍ଲଗ ବ୍ୟବହାର କରିବେ ନାହିଁ, ଘର ମିଟରକୁ ଆସିଥିବା ବିଦ୍ୟୁତ ତାର ଛିଣ୍ଡିଲେ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଡାକି କାର୍ଯ୍ୟ କରିବେ, ନିଜେ କିମ୍ବା ଅନ୍ୟକୁ ଡାକି ସେହି କାର୍ଯ୍ୟ କରାନ୍ତୁ ନାହିଁ ନହେଲେ ଅଘଟଣ ଘଟିପାରେ ବୋଲି ସଚେତନ କରାଯାଇଛି।

ବିଦ୍ୟୁତ ବିଭାଗ ତରଫରୁ କାଶୀପୁର ସଦର ମହକୁମାରେ ଏକ ସଚେତନତା ରାଲି ଜଗନ୍ନାଥ ମନ୍ଦିର ପରିସରରୁ ବାହାରି ବ୍ଲକ ଛକ ପର୍ଯ୍ୟନ୍ତ ଯାଇ ଲୋକଙ୍କୁ ସଚେତନତା କରାଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ତୋସ କୁମାର ନାହକ, ସେଫ୍ଟି ଅଧିକାରୀ ଦେବଚନ୍ଦନ ଘୋଡେଇ, ରାଜେଶ ପାତ୍ର, ସୁରେଷ କୁମାର, ସୁପରଭାଇଜର ସଂଜୟ ହିକକା୍, ବିଜୟ କୁମାର ବାରିକ, ପ୍ରମୋଦ କୁମାର, ଲାଇନ୍ ମ୍ୟାନ୍ ସୁଧାଶୁଂ ସେଖର ଜାନି, ହେମନ୍ତ କୁମାର ମୁନିଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଲାଇନ୍ ମ୍ୟାନ୍ ମାନେ ଉପସ୍ଥିତ ଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.