ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

‘ନିର୍ବାଚନୀ ବଣ୍ଡ ମାମଲା ଦୁନିଆର ସବୁଠାରୁ ବଡ ଦୁର୍ନୀତି, ସରକାରଙ୍କୁ ପଡିପାରେ ଭାରି’ : ନିର୍ମଳା ସୀତାରମଣଙ୍କ ସ୍ବାମୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଭାକରଙ୍କ ସୂଚନା

ନୂଆଦିଲ୍ଲୀ,୨୭।୩: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ତଥା ପ୍ରସିଦ୍ଧ ଅର୍ଥନୀତିଜ୍ଞ ପରାକାଲା ପ୍ରଭାକର ନିର୍ବାଚନୀ ବଣ୍ଡ ମାମଲାରେ ଦେଇଛନ୍ତି ଏକ ବଡ଼ ମନ୍ତବ୍ୟ । ସେ କହିଛନ୍ତି, ଏହା କେବଳ ଦେଶର ସବୁଠାରୁ ବଡ ସ୍କାମ ନୁହେଁ ବରଂ ଦୁନିଆର ସବୁଠୁ ବଡ ସ୍କାମ। ନ୍ୟୁଜ୍ ଚ୍ୟାନେଲ 'ରିପୋର୍ଟର ଟିଭି' ସହିତ ଆଲୋଚନା ସମୟରେ ସେ କହିଛନ୍ତି - ମୁଁ ଭାବୁଛି ନିର୍ବାଚନ ବଣ୍ଡ ପ୍ରସଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଯିବ। ବିଜେପିର ଲଢେଇ ବିରୋଧୀ ଦଳ କିମ୍ବା ଅନ୍ୟ କୌଣସି ଦଳ ସହ ହେବ ନାହିଁ, କିନ୍ତୁ ଏହି ସମସ୍ୟା ହେତୁ ବିଜେପି ଏବଂ ଭାରତବାସୀଙ୍କ ମଧ୍ୟରେ ପ୍ରକୃତ ଲଢେଇ ଦେଖିବାକୁ ମିଳିବ।

ପରାକାଲା ପ୍ରଭାକର ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଭାବୁଛି ନିର୍ବାଚନ ବଣ୍ଡ ସହ ଜଡିତ ପ୍ରସଙ୍ଗ  ଅଧିକ ଗୁରୁତ୍ୱ ହାସଲ କରିବ। ଏହା ଶୀଘ୍ର ସାଧାରଣ ଲୋକଙ୍କ ନିକଟରେ ପହଞ୍ଚୁଛି। ଏବେ ସମସ୍ତେ ଧୀରେ ଧୀରେ ବୁଝୁଛନ୍ତି ଯେ ଏହା କେବଳ ଭାରତ ନୁହେଁ ବରଂ ବିଶ୍ୱର ସବୁଠାରୁ ବଡ ସ୍କାମ। ଏଭଳି ପରିସ୍ଥିତିରେ ମୁଁ ଅନୁଭବ କରୁଛି ଯେ ଏହି ସମସ୍ୟା ଯୋଗୁଁ ଏହି ସରକାରଙ୍କୁ ଭୋଟରଙ୍କ ପକ୍ଷରୁ କଠୋର ଦଣ୍ଡ ଦିଆଯିବ। "

ଉଲ୍ଲେଖନୀୟ ଯେ, ନିର୍ବାଚନ କମିଶନ୍‌ଙ୍କ ଅଫସିଆଲ ଓ୍ବେବସାଇଟ୍‌ର ତଥ୍ୟ ଅନୁସାରେ, ନିର୍ବାଚନ ବଣ୍ଡର ସବୁଠାରୁ ଅଧିକ ଲାଭ ବିଜେପି ପାଇଛି। ୧୨ ଅପ୍ରେଲ ୨୦୧୯ ରୁ ୧୫ ଫେବୃଆରୀ ୨୦୨୪ ଭିତରେ ବିଜେପି ୬,୯୮୬.୫ କୋଟି ଟଙ୍କା ପାଇଛି। ଏହାପରେ ଦ୍ବିତୀୟ ସ୍ଥାନରେ ରହିଛି ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ(୧,୩୯୭ କୋଟି), ସେଭଳି ଦେଶର ସବୁଠାରୁ ପୁରୁଣା ପାର୍ଟି କଂଗ୍ରେସ(୧,୩୩୪ କୋଟି) ପାଇ ତୃତୀୟ ସ୍ଥାନରେ ରହିଛି। ତା ପରେ ଚତୁର୍ଥ ସ୍ଥାନରେ ରହିଛି  ଭାରତ ରାଷ୍ଟ୍ର ସମିତି(୧,୩୨୨ କୋଟି)। ନିର୍ବାଚନୀ ବଣ୍ଡ ମାମଲାରେ ତଥ୍ୟ ଦେବାକୁ ନିକଟରେ ସୁପ୍ରିମକୋର୍ଟ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କକୁ ନିର୍ଦେଶ ଦେଇଥିଲେ। ଏସବିଆଇ ସଠିକ୍ ତଥ୍ୟ ଦେବାରେ ବିଳମ୍ବ କରୁଥିବାରରୁ ସର୍ବୋଚ୍ଚ ଅଦାଲତ ଏଥିପାଇଁ କଡା ଭର୍ତ୍ସନା ମଧ୍ୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.