ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଲୋକଙ୍କୁ ହ୍ବାଟସଆପ୍‌ରେ ‘ବିକଶିତ ଭାରତ’ ମେସେଜ୍ ପଠାଇବା ତୁରନ୍ତ ବନ୍ଦ କର, ସରକାରଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୧।୩: ବିକଶିତ ଭାରତ ସମ୍ପର୍କ ବ୍ୟାନରରେ କେନ୍ଦ୍ର ସରକାରଙ୍କ ସଫଳତା ବିଷୟରେ କହୁଥିବା ହ୍ବାଟସଆପ୍ ମେସେଜ୍ ଉପରେ ନିର୍ବାଚନ କମିଶନ୍ ରୋକ ଲଗାଇ ଦେଇଛନ୍ତି। ନିର୍ବାଚନ କମିଶନଙ୍କୁ ବହୁ ଅଭିଯୋଗ ମିଳିଥିଲା। ସାଧାରଣ ନିର୍ବାଚନ ୨୦୨୪ର ଘୋଷଣା ଓ ନିର୍ବାଚନରେ ଆଦର୍ଶ ଆଚରଣ ବିଧି (ଏମ୍ସିସି) ଲାଗୁ ହେବାପରେ ମଧ୍ୟ ସରକାରଙ୍କ ସଫଳତା ଥିଲା ମେସେଜ୍ ଏବେ ବି ନାଗରିକଙ୍କ ଫୋନ୍‌କୁ ପଠାଯାଉଛି। ଏହାପରେ ନିର୍ବାଚନ କମିଶନ୍ ଇଲୋଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (MeitY) କୁ ନିର୍ଦ୍ଦେଶ ଦେଇଛନ୍ତି ସେ ହ୍ବାଟସଆପ୍ ମେସେଜ୍ ଉପରେ ତୁରନ୍ତ ରୋକ ଲଗାନ୍ତୁ।

ଉଲ୍ଲେଖନୀୟ ଯେ, ‘ବିକଶିତ ଭାରତ ସଂକଳ୍ପ’ ନାମରେ ଭେରିଫାଏଡ୍ ହ୍ବାଟସଆପ୍ ଆକାଉଣ୍ଟରୁ ବହୁ ସଂଖ୍ୟାରେ ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠି ପଠାଯାଉଛି। ଏଥିରେ ଲେଖା ଅଛି ଏହି ଚିଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ସରକାରଙ୍କ ବିକଶିତ ଭାରତ ସମ୍ପର୍କ କେନ୍ଦ୍ର ଦ୍ବାରା ପଠାଯାଇଛି। ଗତ ୧୦ ବର୍ଷରେ ଭାରତ ସରକାରଙ୍କ ଯୋଜନାର ସିଧା ଲାଭ ଦେଶର ୮୦ କୋଟିରୁ ଅଧିକ ନାଗରିକଙ୍କୁ ମିଳିଛି ଏବଂ ଭବିଷ୍ୟତରେ ମିଳିବ। ବିକଶିତ ଭାରତ ସଂକଳ୍ପକୁ ପୁରା କରିବା ପାଇଁ ଆପଣଙ୍କ ସାଥ୍ ଏବଂ ପରାମର୍ଶର ଆବଶ୍ୟକତା ରହିଛି। ଆପଣଙ୍କୁ ଅନୁରୋଧ ଯେ, ଯୋଜନାକୁ ନେଇ ନିଜର ବିଚାର ନିଶ୍ଚୟ ଲେଖନ୍ତୁ।’

ନିର୍ବାଚନ କମିଶନଙ୍କଠାରୁ ନିର୍ଦେଶ ମିଳିବା ପରେ MeitY ପକ୍ଷରୁ କମିଶନଙ୍କୁ କୁହାଯାଇଛି ଏହି ଚିଠି ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ପଠା ଯାଇଥିଲା। ତେବେ ତାଙ୍କ ଭିତରେ କିଛି ମେସେଜ୍ ସିଷ୍ଟମ ଓ ନେଟଓ୍ବର୍କର ସମସ୍ୟାର କାରଣରୁ ଲୋକଙ୍କୁ ବିଳମ୍ବରେ ଡେଲିଭର ହେଉଛି। କମିଶନ୍ MeitY କୁ ଏହି ମାମଲାରେ ତୁରନ୍ତ ପାଳନ କରିବାର ରିପୋର୍ଟ ଦେବାକୁ କହିଛି। ଏହି ପଦକ୍ଷେପ ସମାନ ଅବସର ସୁନିଶ୍ଚିତ କରିବା ପାଇଁ କମିଶନ୍ ପକ୍ଷରୁ ଉଠାଯାଇଥିବା ପଦକ୍ଷେପ ଭିତରେ ଆସିଛି। ୧୯ ମାର୍ଚ୍ଚରେ ଚଣ୍ଡୀଗଡର ମୁଖ୍ୟ ନିର୍ବାଚନ କମିଶନ୍ ଅଧିକାରୀ ‘ବିକଶିତ ଭାରତ ସମ୍ପର୍କ’ ବ୍ୟାନରରେ ଚାଲିଥିବା କେନ୍ଦ୍ର ସରକାରଙ୍କ ଉପଲବ୍ଧିକୁ ପ୍ରଦର୍ଶନ କରୁଥିବା ହ୍ବାଟସଆପ୍ ବାର୍ତ୍ତା ବହୁ ସଂଖ୍ୟାରେ ପଠାଯାଉଥିବା ନେଇ ଅଭିଯୋଗ କରିଥିଲେ। ସେ ନିର୍ବାଚନ କମିଶନଙ୍କୁ ଉଚିତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।  



  • prameyanews
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.