ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ବାଂଲାଦେଶରେ ଏହି ଥର ଫିକା ରହିବ ଦୁର୍ଗା ପୂଜା ଉତ୍ସବ, ହିନ୍ଦୁଙ୍କ ଉପରେ ହୋଇଥିବା ହମଲାର ବିରୋଧ କରିବେ ଆୟୋଜକ

ଢାକା - ବାଂଲାଦେଶରେ ଏହି ଥର ଦୁର୍ଗା ପୂଜା ଉତ୍ସବ ଫିକା ରହିବ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଦେଶ ଛାଡ଼ିବା ଓ କ୍ଷମତା ପରିବର୍ତ୍ତନ ପରେ ହିନ୍ଦୁଙ୍କ ଉପରେ ହୋଇଥିବା ହମଲାରେ, ଦୁର୍ଗା ପୂଜା ମହୋତ୍ସବର ଆୟୋଜକ ବିରୋଧ କରିବେ। ଆୟୋଜକଙ୍କ କହିବାନୁସାରେ ହମଲାକୁ ନେଇ ବିରୋଧରେ ପ୍ରଦର୍ଶନ କରିବା ପାଇଁ ଚଳିତ ବର୍ଷ ଆମେ ସାଧାରଣ ଉପାୟରେ ଦୁର୍ଗା ପୂଜା ପାଳିବୁ। 

ତାଙ୍କର କହିବା ହେଲା କି , ଦେଶରେ ହୋଇଥିବା ହିଂସା ଓ ରାଜନୀତିକ ଉତ୍ଥାନ ପତନ ପରେ ହିନ୍ଦୁଙ୍କୁ ନିଜର ଅସ୍ତିତ୍ୱକୁ ନେଇ ଭୟ ରହିଛି। ଏଥି ଯୋଗୁଁ ଦୁର୍ଗା ପୂଜା ମହୋତ୍ସବର ପାଳନ ଫିକା ପଡ଼ି ଯାଇଛି। ଲୋକେ ପାରମ୍ପରିକ ଉତ୍ସବର ଆୟୋଜନ କରିବାକୁ ନେଇ ଖୁବ୍‌ ଦୁଃଖିତ। ବାଂଲାଦେଶ ହିନ୍ଦୁ ବୌଦ୍ଧ ଈସାଇ ଏକତା ପରିଷଦ (ବିଏଚବିସିଓପି)ର ପ୍ରେସିଡିୟମ ସଦସ୍ୟ ରଞ୍ଜନ କର୍ମାକରଙ୍କ କହିବାନୁସାରେ , ଏହିଥର କେବଳ ଆମେ ଦୁର୍ଗା ପୂଜାର ଆୟୋଜନ କରିବୁ। ଦୁର୍ଗା ପୂଜା ଉତ୍ସବ ପାଳନ କରାଯିବ ନାହିଁ। 

ତାଙ୍କର କହିବା ହେଲା କି ଏହା ହିନ୍ଦୁ ସଂପ୍ରଦାୟ ବିରୋଧର ଏକ ରୂପ , କାରଣ ଆୟୋଜକଙ୍କୁ ଧମକ ଓ ନିର୍ଯାତନା ସମୟର ସାମନା କରିବାକୁ ପଡ଼ୁଥିଲା । ଏହାସହ ଅଗଷ୍ଟରୁ ହିନ୍ଦୁଙ୍କ ଉପରେ ଲଗାତାର ହୋଇଥିବା ହମଲା ପରେ ଆମେ କୌଣସି ବି ପ୍ରକାରର ଉତ୍ସବରେ ଭାଗ ନେବାର ମାନସିକତରେ ନାହୁଁ।

ବାଂଲାଦେଶ ପୂଜା ଉଦଯାପନ ପରିଷଦର ଅଧ୍ୟକ୍ଷ ବାସୁଦେବ ଧର କହିଛନ୍ତି ଯେ, ସରକାର ତାଙ୍କର ସୁରକ୍ଷାର ଆଶ୍ୱାସନା ଦେଇଛନ୍ତି। କିନ୍ତୁ ହିନ୍ଦୁମାନେ ଦୁର୍ଗାପୂଜା ଅନୁଷ୍ଠାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଠାରୁ ଦୂରେଇ ଉତ୍ସବକୁ ସଂଯମତା ଉପାୟରେ ପାଳିବାର ନିଷ୍ପତ୍ତି ନିଆ ଯାଇଛି। ଆମେ ସବୁ ପୂଜା ଆୟୋଜକଙ୍କୁ ଶାନ୍ତି ପୂର୍ବକ ବିରୋଧ ବ୍ୟାନର ଲଗେଇବା ପାଇଁ କହିଛୁ। 

ବିଏଚବିସିଓପି ନେତା ଦେବନାଥ କହିଛନ୍ତି କି, ଢାକା ସହ ଦେଶର ବିଭିନ୍ନ ସ୍ଥାନରେ ପେଣ୍ଡାଲ ଓ ମନ୍ଦିର ଉପରେ ହମଲାର ଘଟଣା ହୋଇଛି। ଏହିବର୍ଷ ୩୧,୪୬୧ ଦୁର୍ଗା ପୂଜା ଆୟୋଜିତ କରାଯାଉଛି। ସରକାରୀ ତଥ୍ୟ ଅନୁସାରେ , ୨୦୨୪ରେ ପୂରା ବାଂଲାଦେଶରେ ଆୟୋଜିତ ହେବାକୁ ଥିବା ଦୁର୍ଗା ପୂଜାର ସଂଖ୍ୟା ୩୨,୬୬୬ ରହିଛି, ଯାହା ଗତ ବର୍ଷ ତୁଳନାରେ କିଛି ଅଧିକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.