ପ୍ରମୂଖ ଖବର
  • ଭଦ୍ରକ : ଭଦ୍ରକ ସହରର ଏଲେଖା ନିକଟ ଏକ ଘରୁ ମିଳିଲା ବ୍ରାଉନସୁଗାର ସହ ପୁଳା ପୁଳା ଟଙ୍କା
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ
  • ||
  • ବେତନଟୀ : ଟ୍ରକ୍‌ ଧକ୍କାରେ ବୁଲେଟ୍‌ ଚାଳକଙ୍କ ମୃତ୍ୟୁ, ଜଣେ ଆହତ
  • ||
  • ଭଦ୍ରକ : ଶିଶୁ ମହୋତ୍ସବ ମହକ୍‌ ଉଦ୍‌ଘାଟିତ, ଅଂଶ ଗ୍ରହଣ କଲେ ୪୨୨ ଛାତ୍ରଛାତ୍ରୀ
  • ||
  • ମୁନିଗୁଡ଼ା : ଦୋକାନ ଖୋଲିବା ବେଳେ ଲୁଟ୍‌, ସୁନା ବ୍ୟାଗ୍‌ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ଆଠଗଡ : ୧୪ ଲିଟର ଦେଶୀ ମଦ ଜବତ, ମହିଳା ଗିରଫ
  • ||
  • କନ୍ଧମାଳ : ମୋବାଇଲ ଟାୱାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ, ଟାୟାର ଜାଳି ରାସ୍ତାରୋକ
  • ||
  • ରିଆମାଳ : ସନ୍ଦେହ ଜନକ ଭାବେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
  • ||
  • ତେଲକୋଇରେ କଙ୍ଗାରୁ କୋର୍ଟ, ଦୁଇ ଧାନ ଚୋରଙ୍କ ମୁହଁରେ କାଳି ବୋଳି ଶାସ୍ତି ଦେଲେ ଲୋକେ
  • ||
  • ଚିତ୍ରକୋଣ୍ଡା : ମାଓବାଦୀଙ୍କ ନାଁରେ ଆଦାୟ କରୁଥିଲେ ବଟି, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • କନ୍ଧମାଳରେ ଅପରେସନ୍‌ ନୀଳ ଜହର, ୧୩୦ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
  • ||
  • ସାଲେପୁର : ଅଜଣା ଗାଡି ଧକ୍କାରେ ୩ ଆହତ
  • ||
  • ଆଠମଲ୍ଲିକ : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ରାଜ୍ୟରେ ଲୁଚକାଳି ଖେଳୁଛି ଶୀତ: ଆଜି ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ବୁଧବାରଠାରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||

ଭାରତ ଭଳି ବିଦେଶରେ ବଡ଼ ଧୁମଧାମ୍‌ରେ ପାଳନ ହୋଇଛି ଦୀପାବଳି

ନୂଆଦିଲ୍ଲୀ: ଦୀପାବଳି ପାଇଁ ଦେଶ ଉତ୍ସବମୁଖର । ସବୁଠି ଆଲୋକର ପର୍ବ ପାଳନ ପାଇଁ ଉତ୍ସାହ । କେବଳ ଭାରତ ନୁହେଁ ବିଦେଶ‌ରେ ମଧ୍ୟ ଦୀପାବଳି ବଡ଼ ଧୁମଧାମରେ ପାଳନ ହୋଇଛି । ଆମେରିକା ଠାରୁ ବ୍ରିଟେନ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଦୀପାବଳି ପାଳନ କରାଯାଇଛି । ଆମେରିକା ରାଷ୍ଟ୍ରପତିଙ୍କ ପାଖରୁ ଆରମ୍ଭ କରି ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଯାଏଁ, ବହୁ ବିଦେଶୀ ରାଷ୍ଟ୍ରର ମୁଖ୍ୟ ଦୀପାବଳିରେ ଶୁଭେଚ୍ଛା ଜଣାଇଛନ୍ତି । 

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଏହି ଦୀପାବଳିରେ ଜ୍ଞାନର ପ୍ରକାଶ, ଏକତାର ପ୍ରକାଶ, ସତ୍ୟର ପ୍ରକାଶ, ସ୍ବାଧୀନତାର ପ୍ରକାଶ, ଗଣତନ୍ତ୍ରର ପ୍ରକାଶ ଭଳି ଏମିତି ଏକ ଆମେରିକାର ପ୍ରକାଶ ଯେଉଁଠି ସବୁକିଛି ସମ୍ଭବ । ବ୍ରିଟେନର ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର କହିଛନ୍ତି ଯେ, ବ୍ରିଟେନରେ ଦୀପାବଳି ପାଳନ କରୁଥିବା ସବୁ ଲୋକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଅନ୍ଧକାର ଉପରେ ବିଜୟ ପ୍ରାପ୍ତ କରୁଥିବା ଆଲୋକ ଉପରେ ନଜର ଦେବାର ଏକ ବହୁତ ଭଲ ସମୟ । 

ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଇସ୍ରାଏଲ କାଟଜ୍‌ ଦୀପାବଳି ଅବସରରେ ସବୁ ଭାରତୀୟଙ୍କୁ ଶୁଭକାମନା ଜଣାଇଛନ୍ତି । ତାଙ୍କ ଦେଶ ଭାରତ ଭଳି ଗଣତନ୍ତ୍ର, ସ୍ବାଧୀନତା ଏବଂ ଉଜ୍ଜ୍ବଳ ଭବିଷ୍ୟତର ମୂଲ୍ୟକୁ ପ୍ରତିପାଦିତ କରୁଛି ବୋଲି ସେ କହିଛନ୍ତି । କ୍ରିକେଟ ଅଷ୍ଟ୍ରେଲିଆର ସିଇଓ ନିକ୍‌ ହକଲେ ମେଲବର୍ଣ୍ଣରେ ଥିବା ସିଏ ମୁଖ୍ୟାଳୟରେ ଦୀପାବଳି ମନାଇଛନ୍ତି । ସେହିଭଳି ଦକ୍ଷିଣ ଅଷ୍ଟ୍ରେଲିଆ ପ୍ରିମିୟର ମଧ୍ୟ ଏଡିଲେଡ୍‌ର ଶ୍ରୀ ସ୍ବାମୀନାରାୟଣ ମନ୍ଦିରରେ ଦୀପାବଳି ପାଳନ କରିଥିବା ନେଇ କହିଛନ୍ତି । 

ଆମେରିକା, ବ୍ରିଟେନ ଭଳି ନ୍ୟୁଜିଲାଣ୍ଡରେ ମଧ୍ୟ ଦୀପାବଳି ପାଳନ କରାଯାଇଛି ।   ନ୍ୟୁଜିଲାଣ୍ଡର ପ୍ରାକୃତିକ ସଂପଦ ଏବଂ ଜଙ୍ଗଲ ମନ୍ତ୍ରୀ କହିଛନ୍ତି, ନ୍ୟୁମାର୍କେଟ ଲାୟନ୍ସ ହଲ କମ୍ୟୁନିଟି ସେଣ୍ଟରରେ ‘ଅନ୍ଧକାର ଉପରେ ବିଜୟ’ ଉତ୍ସବ ଦୀପାବଳି ପାଳନ ହୋଇଛି । ଏହି ଉତ୍ସବରେ ଖେଳ, ନୃତ୍ୟ ଏବଂ ବାର୍ତ୍ତାଳପ ମାଧ୍ୟମରେ ଲୋକମାନଙ୍କ ଭିତରେ ଶାନ୍ତି, ଖୁସି ଏବଂ ଆଶାକୁ ବଢ଼ାଇବା ପାଇଁ ଚେଷ୍ଟା କରାଯାଇଛି । ମୋ ପରିବାର ତରଫରୁ ଆପଣମାନଙ୍କ ପରିବାରକୁ ହ୍ୟାପି ଦିଓ୍ବାଲୀ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡର ମନ୍ତ୍ରୀ ।  

  • Diwali 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.