କଟକ, ୨୩/୦୭: କଟକ ଜିଲ୍ଲାର ପ୍ରାୟ ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ଲାଗି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଅନୁଯାୟୀ, ୪୮ ଘଣ୍ଟା ମଧ୍ୟରେ ସମସ୍ତ କଲେଜ ICC ରିପୋର୍ଟ ଦେବାକଥା । ତେବେ କିଛି ମହାବିଦ୍ୟାଳୟ ଉକ୍ତ ନିର୍ଦ୍ଦେଶନାମାକୁ ପାଳନ କରିଥିବା ବେଳେ ପାଖାପାଖି ୨୧୦ଟି କଲେଜରୁ ନିର୍ଦ୍ଧିଷ୍ଟ ସମୟ ଭିତରେ ରିପୋର୍ଟ ଦାଖଲ କରିନାହାନ୍ତି । ତେଣୁ ସେହି କଲେଜ କର୍ମଚାରୀମାନଙ୍କ ଦରମା ବନ୍ଦ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଆଗାମୀ ୨୪ ଘଣ୍ଟା ଭିତରେ ICC ରିପୋର୍ଟ ଦାଖଲ ନହୁଏ, ତେବେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସମ୍ପୃକ୍ତ କଲେଜ ପ୍ରିନ୍ସିପାଲ ମାନଙ୍କୁ ସସ୍ପେଣ୍ଡ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।