ପ୍ରମୂଖ ଖବର
  • ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏ ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା
  • ||
  • ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼
  • ||
  • ଖୁବ୍‌ଶୀଘ୍ର ନିଲାମ ହେବ ରାଜ୍ୟର ୨୨ ଖଣି, ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା
  • ||
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ

Published By : Prameya | July 22, 2025 11:32 AM

ତିଗିରିଆ,୨୧/୦୭: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ କରିବା ଅଭିଯାଗରେ ତିଗିରିଆ ଥାନା ପୁଲିସ ଜଣେ ଯୁବକକୁ  ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଯୁବକ ଜଣକ ମାଣିଆବନ୍ଧ ଥାନା ଅର୍ନ୍ତଗତ ବୀରବରପୁର ଗ୍ରାମର  ଦାଶରଥି ସିଂଙ୍କ ପୁଅ ଗୋକୁଳି ଚନ୍ଦ୍ର ସିଂ ବୋଲି ଜଣାପଡ଼ିଛି ।  

ପୁଲିସ ସୂଚନା ମୁତାବକ, ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାରେ ରହୁଥିବା ଜଣେ ଯୁବତୀଙ୍କ ସହ ଗୋକୁଳିଙ୍କ ପ୍ରେମ ସମ୍ପର୍କ ଥିଲା । ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଗୋକୁଳି ନିଜ ମୋବାଇଲରେ ରେକର୍ଡ କରିଥିଲା । ପରେ ଉକ୍ତ ଭିଡିଓକୁ ତାଙ୍କର ଜଣେ ବନ୍ଧୁଙ୍କ ନିକଟକୁ ପଠାଇଥିଲା । ଯୁବତୀଙ୍କ ବାପା ଏ ସମ୍ପର୍କରେ ଜାଣିବା ପରେ ଭିଡିଓ ଡିଲିଟ୍‌ କରିବା ପାଇଁ ଗୋକୁଳିଙ୍କୁ ଅନୁରୋଧ କରିଥିଲେ । ହେଲେ ସେ ଭିଡିଓ ଡିଲିଟ୍‌ ନକରି ତାଙ୍କୁ ଗାଳି ଗୁଲଜ କରିଥିଲା ଓ ଭିଡିଓ ଭାଇରାଲ୍‌ କରି ଦେଇଥିଲା । ଏନେଇ ଯୁବତୀଙ୍କ ବାପା ତିଗିରିଆ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ୧୩୭/୨୫ରେ ମାମଲା ରୁଜୁ କରି  ନୟାଗଡ଼ ଅଞ୍ଚଳରୁ ଗୋକୁଳିକୁ ଗିରଫ କରିବା ସହ ତା ନିକଟରୁ ମୋବାଇଲ ଫୋନ ଜବତ କରିଥିଲା । ସୋମବାର ଗୋକୁଳିକୁ  କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.