ପ୍ରମୂଖ ଖବର
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ସୋନମ୍-ମୁସକାନ୍‌ ପରେ ସୁସ୍ମିତା; ସ୍ୱାମୀକୁ ନିଦ ଔଷଧ ଦେଇ ମାରିଦେଲେ, କରେଣ୍ଟ ଲାଗିଥିବା କହି ନାଟକ କଲେ ପତ୍ନୀ

Published By : Ankita S | July 21, 2025 7:21 AM

ନୂଆଦିଲ୍ଲୀ,୨୦/୦୭: ସୋନମ୍, ମୁସକାନ୍ ପରେ ସସ୍ମିତା । ପୁଣି ପ୍ରେମ ପାଇଁ ରକ୍ତାକ୍ତ ହେଲେ ଆଉ ଜଣେ ସ୍ୱାମୀ । ନିଜ ହାତରେ ପୋଛିଲେ ସିନ୍ଦୂର । ଦିଅର ସହିତ ପ୍ରେମ ସମ୍ପର୍କକୁ ନେଇ ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ । ଖାଇବାରେ ନିଦ ବଟିକା ଦେଇ ସବୁ ଦିନ ପାଇଁ ସାତ ଜନ୍ମର ସାଥୀକୁ ଶୁଆଇ ଦେଇଛି ସ୍ତ୍ରୀ ।  ଦିଲ୍ଲୀରୁ ଏପରି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ।

୩୬ ବର୍ଷୀୟ କରନ ଦେବଙ୍କୁ ତାଙ୍କ ସ୍ତ୍ରୀ ଏବଂ ସମ୍ପର୍କୀୟ ଭାଇ ମିଶି ହତ୍ୟା କରିଛନ୍ତି । ସେ ବିଦ୍ୟୁତ ଆଘାତର ଶିକାର ହୋଇଥିବା ଦାବି କରିବା ସହ ତାଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ତାଙ୍କ ପତ୍ନୀ ସୁସ୍ମିତା ମାତା ରୁପରାଣୀ ମାଗୋ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ପରିବାର ଲୋକ ଏହା ଏକ ଦୁର୍ଘଟଣା ବୋଲି ବିଶ୍ୱାସ କରିନଥିଲେ । ପୁଲିସ ମୃତକଙ୍କ ବୟସ ଏବଂ ମୃତ୍ୟୁ ଯେଉଁ ପରିସ୍ଥିତିରେ ହୋଇଛି ତାହା ଦେଖିବା ପରେ ବ୍ୟବଚ୍ଛେଦ ପାଇଁ ଦାବି କରିଥିଲେ ।

ଘଟଣା ଘଟିବାର ତିନି ଦିନ ପରେ ମୃତକଙ୍କ ସାନ ଭାଇ ପୁଲିସକୁ କହିଥିଲେ ଯେ, କରନଙ୍କୁ ତାଙ୍କ ପତ୍ନୀ ଓ ସାନ ଭାଇ ମିଶି ମାରି ଦେଇଛନ୍ତି । ଏହାର ପ୍ରମାଣ ମଧ୍ୟ ଦେଇଥିଲେ । ଇନଷ୍ଟାଗ୍ରାମ ଚାଟ୍‌ରେ ସୁସ୍ମିତା ଏବଂ ରାହୁଲ ହତ୍ୟା ଯୋଜନା ନେଇ ଆଲୋଚନା କରିଥିବା ସେ ପ୍ରମାଣ ପାଇଥିବା କହିଥିଲେ । ସେମାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାରୁ ଜଣାପଡିଛି କି, କରନଙ୍କ ପତ୍ନୀ ଏବଂ ସମ୍ପର୍କୀୟ ଭାଇ ତାଙ୍କୁ ଖାଇବାରେ ୧୫ଟି ନିଦ ବଟିକା ଦେଇଥିଲେ । ସେ ଅଚେତ୍ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ଏହି ସ୍ଲିପିଂ ପିଲ୍ ଖାଇଲେ ମୃତ୍ୟୁ ହେବାକୁ କେତେ ସମୟ ଲାଗିବ ବୋଲି ଗୁଗ୍‌ଲରେ ସର୍ଚ୍ଚ କରିଥିଲେ । ପୀଡିତଙ୍କ ନିଶ୍ୱାସ ଚାଲୁଥିବାରୁ ପତ୍ନୀ ତାଙ୍କୁ ଇଲେକ୍ଟ୍ରି ସକ୍ ଦେଇଥିଲେ । ପୁଲିସ୍ ଉକ୍ତ ମହିଳାଙ୍କୁ ଗିରଫ କରି ଜେରା କରୁଛି । ଅଭିଯୁକ୍ତ ସୁସ୍ମିତା ମଧ୍ୟ ସ୍ୱାମୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ।

ପଚରାଉଚରା ବେଳେ ସୁସ୍ମିତା କହିଛନ୍ତି ଯେ, ତାଙ୍କ ସ୍ୱାମୀ 'କରୱାଚୌଥ'ର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଚାପୁଡ଼ା ମାରିଥିଲେ ଏବଂ ଦୁର୍ବ୍ୟବହାର କରିଥିଲେ । ତାଙ୍କୁ ପ୍ରାୟ ଟଙ୍କା ମାଗୁଥିଲେ, ଯାହା ଫଳରେ ମାନସିକ ଏବଂ ଶାରୀରିକ କଷ୍ଟ ହେଉଥିଲା । ପ୍ରାଥମିକ ତଦନ୍ତକୁ ଆଧାର କରି, ଉପଯୁକ୍ତ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତଦନ୍ତ ପ୍ରକ୍ରିୟା ଚାଲିଛି । ଏକ ବିସ୍ତୃତ ପୋଷ୍ଟମର୍ଟମ୍ ରିପୋର୍ଟ ପାଇଁ ଅପେକ୍ଷା କରିଛୁ ବୋଲି କହିଛନ୍ତି ଦ୍ୱାରିକା ପୁଲିସ ଡେପୁଟି କମିଶନର ଅଙ୍କିତ ସିଂହ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.