ପ୍ରମୂଖ ଖବର
  • ବେଆଇନ୍ ବେଟିଂ ଆପ୍ ମାମଲା, ଅନେକ ସାଉଥ୍ ସେଲିବ୍ରିଟିଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
  • ||
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମାଡ୍ରାସ୍‌ ହାଇକୋର୍ଟଙ୍କ ଟିପ୍ପଣୀ: ଡ୍ରୋନ କିମ୍ବା ସୁପର କପ୍‌ ନୁହେଁ ଇଡି, ନିଜ ଇଚ୍ଛାରେ ଯାଞ୍ଚ କରିପାରିବ...

Published By : Prameya | July 21, 2025 12:42 PM

ଚେନ୍ନାଇ,୨୧/୦୭: ଇଡି (ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟ) କୌଣସି ଡ୍ରୋନ କିମ୍ବା ସୁପର କପ୍‌ ନୁହେଁ ଯେ ନିଜ ଇଚ୍ଛାରେ ଯାଞ୍ଚ କରିପାରିବ । ଇଡିର ଯାଞ୍ଚ କେବଳ ପିଏମ୍‌ଏଲଏ (ପ୍ରିଭେନସନ ଅଫ୍‌ ମନି ଲଣ୍ଡରିଂ ଆକ୍ଟ) ଭିତରେ ସୀମିତ ବୋଲି ମାଡ୍ରାସ ହାଇକୋର୍ଟ ଟିପ୍ପଣୀ କରିଛନ୍ତି।

ଚେନ୍ନାଇର ଆରକେଏମ୍‌ ପାୱାରଜେନ  ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନି  ପକ୍ଷରୁ ଆଗତ ଆବେଦନ ଉପରେ ଶୁଣାଣି କରି ବିଚାରପତି ଏମ୍‌.ଏସ୍‌ ରମେଶ ଓ ବିଚାରପତି  ଭି. ଲକ୍ଷ୍ମୀନାରାୟଣନଙ୍କୁ ନେଇ ଗଠିତ ଖଣ୍ଡପୀଠ  ଏହା କହିଛନ୍ତି । ମନି ଲଣ୍ଡରିଂ ମାମଲାରେ ଇଡି  ଏହାର ୯୦୧ କୋଟିର ଫିକ୍ସଡ ଡିପଜିଟ ଟଙ୍କାକୁ  ଜବତ କରିଥିବାରୁ ଏହା ବିରୋଧରେ କମ୍ପାନି  ହାଇକୋର୍ଟରେ ପିଟିସନ ଦାଖଲ କରିଥିଲା ।  ୨୦୧୪ରେ ଛତିଶଗଡର ଏକ ପାୱାର ପ୍ଲାଣ୍ଟ ପାଇଁ  କୋଇଲା ବ୍ଲକ ଆବଣ୍ଟନ ମାମଲାରେ ସିବିଆଇ  ଦାଖଲ କରିଥିବା ଏଫଆଇଆରକୁ ଆଧାର  କରି ଇଡି ଏହି ପଦକ୍ଷେପ ନେଇଥିଲା । କିନ୍ତୁ  ୨୦୧୭ରେ ସିବିଆଇ ତାର ତଦନ୍ତ ରିପୋର୍ଟରେ  ଉଲ୍ଲେଖ କରିଥିଲା କି କୋଇଲା ବ୍ଲକ ଆବଣ୍ଟନରେ  କୌଣସି ପ୍ରକାର ଅନିୟମିତତା କରାଯାଇନାହିଁ ।  କିନ୍ତୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ଏହି ତଦନ୍ତ ରିପୋର୍ଟରେ ଅସନ୍ତୋଷ ପ୍ରକାଶ କରିବା ସହ ସାନି  ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ । ୨୦୨୩ରେ  ସିବିଆଇ ଦାଖଲ କରିଥିବା ଅତିରିକ୍ତ ରିପୋର୍ଟରେ  କମ୍ପାନି ବିରୋଧରେ ପିଏମ୍‌ଏଲଏ ଅନୁସାରେ  ମକଦ୍ଦମା ଚଳାଇବାକୁ ପ୍ରମାଣ ରହିଥିବା ଦର୍ଶାଇଥିଲା । 

ସିବିଆଇର ଏହି ରିପୋର୍ଟ ଆଧାରରେ ଇଡି  ଆରକେଏମ୍‌ପି କମ୍ପାନିର ନିର୍ଦ୍ଦେଶକ ଓ ଏହା ସହ  ଜଡିତ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ ଘରେ ଚଢ଼ଉ  କରିଥିଲା । ଚଳିତବର୍ଷ ଜାନୁଆରୀ ୩୧ରେ ଇଡି ଉକ୍ତ  କମ୍ପାନିର ଫିକ୍ସଡ ଡିପୋଜିଟ ଥିବା ୯୦୧ କୋଟି ଟଙ୍କାକୁ  ଜବତ କରିଥିଲା । ଯାହାକୁ କମ୍ପାନି ହାଇକୋର୍ଟରେ  ଚାଲେଞ୍ଜ କରିଥିଲା । ହାଇକୋର୍ଟ କହିଛନ୍ତି  ପିଏମ୍‌ଏଲଏର ଧାରା ୬୬ (୨) ଅନୁସାରେ ତଦନ୍ତ  ସମୟରେ ଇଡି ଯଦି ଅନ୍ୟ କିଛି ବେଆଇନ କାର୍ଯ୍ୟ  କିମ୍ବା ଅପରାଧ ହୋଇଥିବାର ପ୍ରମାଣ ପାଏ ତେବେ  ତାର ତଦନ୍ତ ନିଜେ କରିପାରିବ ନାହିଁ । ଅନ୍ୟ କୌଣସି  ସଂସ୍ଥାକୁ ପଠାଇ ତାର ତଦନ୍ତ କରିବାକୁ ପଡିବ ।  ଏଥିସହ ହାଇକୋର୍ଟ କମ୍ପାନିର ୯୦୧ କୋଟି ଟଙ୍କା  ଜବତ କରିବାକୁ ଇଡି ଦେଇଥିବା ଆଦେଶକୁ ରଦ୍ଦ  କରିଦେଇଛନ୍ତି । କହିଛନ୍ତି ଇଡି କେବଳ ବେଆଇନ  ଅର୍ଥ କାରବାର ଉପରେ ତଦନ୍ତ କରିପାରିବ ।  ଅନ୍ୟ କୌଣସି ବେଆଇନ କାର୍ଯ୍ୟ କିମ୍ବା ଅପରାଧ  କ୍ଷେତ୍ରରେ ଇଡି ହସ୍ତକ୍ଷେପ କରିବାର ଅଧିକାର ନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.