ଚୌଦ୍ୱାର,୨୦/୦୭: ସ୍କୁଟି ଉପରେ ଚଢ଼ିଗଲା ହାଇୱା। ଫଳରେ ଯୁବକ ମୃତ । ତେବେ କଟକ ସିଡିରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ସେତୁ ଉପରେ ଏହି ଘଟଣା ଘଟିଛି।
ସୂଚନା ମୁତାବକ, ମଧୁସୂଦନ ସେତୁ ଉପରେ ଆକ୍ଟିଭାକୁ ଏକ ଚିପ୍ସ ବୋଝେଇ ହାଇୱା ଧକ୍କା ଦେଇ ଚଢି ଯାଇଥିଲା। ଫଳରେ ଗାଡି ଚକା ତଳେ ଯୁବକ ଜଣକର ଗୋଡ଼ ଓ ହାତ ରହିଥିବା ବେଳେ ହାଇୱା ତାଙ୍କୁ କିଛି ବାଟ ଘୋଷାଡ଼ି ନେଇଥିଲା। ଏନେଇ ଖବର ପାଇ ଚୌଦ୍ୱାର ଓ ସିଡିଏ ଫେଜ୨ ପୁଲିସ ପହଞ୍ଚି ହାଇୱା ଚକା ତଳୁ ଯୁବକ ଜଣକୁ ବାହାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ପଠାଇଥିଲେ ।ଯୁବକ ଜଣକର ମୃତ୍ୟୁ ହୋଇଯାଇଥିବା ପୁଲିସ କହିଛି । ହେଲେ ବର୍ତ୍ତମାନ ସୁଦ୍ଧା ଯୁବକର ପରିଚୟ ଜଣା ପଡ଼ିନଥିବା ବେଳେ ଆକ୍ଟିଭା ନମ୍ବରରୁ ନିଆଳି ଥାନା ଗୋପୀନାଥପୁର ଜଳାଲପୁର ଅଞ୍ଚଳର ବୋଲି ଜଣାପଡିଛି। ତେବେ ପୁଲିସ ଦୁଇଟି ଗାଡିକୁ ଜବତ କରି ତଦନ୍ତ କରୁଛି ।