ଫିରିଙ୍ଗିଆ,୧୨।୦୩ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଡ଼ିମିରିଗୁଡା ପଂଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତର ପ୍ରତିଷ୍ଠା ଦିବସ ମାହା ସମାରୋହରେ ପାଳିତ ହୋଇଯାଇଛି I ପଞ୍ଚାୟତର ସରପଞ୍ଚ ମନୋଜ କହଁର ଏଥିରେ ଅଧ୍ୟକ୍ଷତା କରିଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଝୁଲିଲତା ସାହୁଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସମାଜସେବୀ ତଥା କୁଇ ଯୁବ ନେତା ରଘୁପତି କହଁରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ, ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି,ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା, ମନରେଗା ସମ୍ପ୍ରସାରଣ ଅଧିକାରୀ ସୁମନ୍ତ ଉଠାଣସିଂ, ଗୋଛାପଡା ପଞ୍ଚାୟତ ର ସରପଞ୍ଚ ଯୁଗାନ୍ତ କହଁର,କୁଇ ସମାଜ ସଭାପତି ମୁଖୁନ୍ଦ କହଁର,ପୂର୍ଣ୍ଣାତନ ସରପଞ୍ଚ ମାସିଆ ମଳିକ,ନାଏବ ସରପଞ୍ଚ କସ୍ତୁର କହଁର,ପୂର୍ବତନ ୱର୍ଡ ସଭ୍ୟ ଜହନ ଦିଗାଲ,ପୂର୍ବତନ ସମିତିସଭ୍ୟ ମମତା ଚନ୍ଦନ ଓ ଜାନକୀ କହଁର,ପୂର୍ବତନ ନାଏକ ସରପଞ୍ଚ ସଞ୍ଜୟ ରଣା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ I
ଏହି କାର୍ଯ୍ୟକ୍ରମ ଅବସରରେ ପଞ୍ଚାୟତ ପ୍ରତିଷ୍ଠା ସମୟରେ ନିଜର ପିତୃ ଅର୍ଜିତ ସମ୍ପତ୍ତିରୁ ପଞ୍ଚାୟତ ଭବନ ପାଇଁ ଜମି ଦାନ କରିଥିବା ବ୍ୟକ୍ତି ପାବି କହଁର, ଗଭୀରିଆଲ ଦିଗାଲଙ୍କ ସହ ପଞ୍ଚାୟତ ଅଧିନରେ କାର୍ଯ୍ୟରତ ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସମସ୍ତ ସିଆରପି,ଏମ୍ବିକେ,ସମସ୍ତ ଓ୍ବାର୍ଡ ମେମ୍ବର, ବିଏଫଟି ଓ ସମସ୍ତ ଗାଁ ସାଥି ଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା I
କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟ ବା ଉଦଯାପନୀ ଉତ୍ସବକୁ ସମାଜସେବୀ ତଥା ମଞ୍ଚ ଅଭିନେତା ପ୍ରଦୀପ କହଁର ପରିଚାଳନା କରିଥିବା ବେଳେ ଜିଲ୍ଲାର ବଛାବଛା କୁଇ କଣ୍ଠଶିଳ୍ପୀ, ଜଣାଶୁଣା କଣ୍ଠ ଶିଳ୍ପୀ ବିବଛ କହଁର ଉପସ୍ଥିତ ରହି ସୁନ୍ଦର ସୁନ୍ଦର ଗୀତ ଗାଇଥିଲେ। ଜିଲ୍ଲାର ଅଗ୍ରଣୀ କଲା ଅନୁଷ୍ଠାନ ନଟରାଜ କଲାପରିଷଦ ଓ ତାର ପ୍ରତିଷ୍ଠାତା ଓଡିଶୀ ନୃତ୍ୟଗୁରୁ ବିନୋଦ ବିହାରୀ ସାହୁ ଓ ତାଙ୍କ ସାଥି କଳାକାର ମନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମ ଶେଷରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଝୁଲିଲତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I