ପ୍ରମୂଖ ଖବର
  • ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍, ପରିବାରବର୍ଗଙ୍କର ହେଲା ବୟାନ ରେକର୍ଡ
  • ||
  • ଆମେରିକାର ଫ୍ଲୋରିଡାରେ ମର୍ମନ୍ତୁଦ ଦୁର୍ଘଟଣା, ଗୋଟିଏ ପରିବାରର ୩ ମୃତ
  • ||
  • ୨୪ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ, ୪ ଦିନ ମିଳିବନି ବ୍ୟାଙ୍କ ସେବା
  • ||
  • ସ୍ୱର୍ଗଦ୍ୱାରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ
  • ||
  • ୧୯ରୁ ମାଟ୍ରିକ୍‌ ଖାତା ଦେଖା: ଆଜି କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ, ମୂଲ୍ୟାୟନ ବେଳେ କ୍ୟାମ୍ପସ୍‌ ବାହାରକୁ ଯିବା ମନା
  • ||
  • କାଳବୈଶାଖୀ ଆଣିବ ଆଶ୍ୱସ୍ତି, କାଲିଠୁ ଖସିବ ତାତି: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ପିଇବା ପାଣି ପାଇଁ ପଞ୍ଚାୟତ ଘେରାଉ, ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଲେ ସରପଞ୍ଚ

Published By : Harapriya Sethi | March 17, 2025 1:55 PM

କ.ନୂଆଗାଁ,୧୭/୦୩: ଚାରି ମାସରୁ ଉର୍ଦ୍ଧ୍ୱ ଦିନ ହେଲାଣି ବଂଡଗୁଡା ଗାଁର ବିନ୍ଧାଣି ସାହି ଏବଂ କୋଠଦଳେଇ ସାହିରେ ପହଞ୍ଚି ପାରୁନି ପିଇବା ପାଣି। ପିଇବା ପାଇଁ ପାଣି ନ ମିଳିବାରୁ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶତାଧିକ ମହିଳା ଏବଂ ପୁରୁଷ । କନ୍ଧମାଳ ଜିଲ୍ଲା ବଂଡଗୁଡା ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଆଜକୁ ଚାରି ମାସରୁ ଉର୍ଦ୍ଧ୍ୱ ଦିନ ହେଲାଣି ବଂଡଗୁଡା ଗ୍ରାମର ବିନ୍ଧାଣି ସାହି ଏବଂ କୋଠଦଳେଇ ସାହିରେ ପିଇବା ପାଣି ପହଞ୍ଚି ପାରୁନାହିଁ । ବସୁଧା ଯୋଜନାରେ ଚାରିଆଡେ ପାଇପ୍‌ ବିଛାଇ ଘରକୁ ଘର ଟ୍ୟାପ୍‌ ଦିଆଯାଇଛି କିନ୍ତୁ ପାଣି ଆସୁନାହିଁ । ବର୍ତ୍ତମାନ ହେଉଥିବା କାମ ଯନ୍ତ୍ରୀ ଏବଂ ଠିକାଦାରର ମଧୁଚନ୍ଦ୍ରିକାରେ ନିମ୍ନ ମାନର କାମ ଏବଂ ମନଇଚ୍ଛା ପାଇପ୍‌ ବିଛାଇବା ଯୋଗୁଁ ପାଣି ଆସୁନାହିଁ ବୋଲି ସାହିର ବାସିନ୍ଦା ଅଭିଯୋଗ କରିଛନ୍ତି । ପିଇବା ପାଣି ପାଇଁ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରା ମଧ୍ୟ ନିମ୍ନ ମାନର କାମ ପାଇଁ ଲୋକେ ଅସୁବିଧା ଭୋଗୁଛନ୍ତି । ଆଗାମୀ ତିନିଦିନ ମଧ୍ୟରେ ପାଣିର ସମସ୍ୟା ଦୂର ନହେଲେ, ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ସମସ୍ତ ସାହି ବାସିନ୍ଦା କହିଛନ୍ତି । ବସୁଧା ଯୋଜନାରେ ହୋଇଥିବା କାମ ଅତି ନିମ୍ନ ମାନର ଏବଂ ଟ୍ୟାପ୍‌, ପାଇପ୍‌ ମଧ୍ୟ ନିମ୍ନ ମାନର ପକାଇଥିବା ନେଇ ସାହିର ସନାତନ ପ୍ରଧାନ, ପ୍ରମୋଦ ବିନ୍ଧାଣି, ପରମେଶ୍ୱର ପ୍ରଧାନ, ସତ୍ୟ ବିନ୍ଧାଣି, ମିନାକ୍ଷୀ ଦଳବେହେରା, ନମିତା ନାୟକ, ସୁଭଦ୍ରା ନାୟକ ଅଭିଯୋଗ କରିଛନ୍ତି । ସରପଞ୍ଚଙ୍କୁ ପଚାରିବାରୁ ଅତିଶୀଘ୍ର ଏହାର ସମାଧାନ କରିବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.