ପ୍ରମୂଖ ଖବର
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Published By : Harapriya Sethi | March 16, 2025 8:38 AM

ଭୁବନେଶ୍ୱର, ୧୬/୦୩: ହୋଲିରେ ଅଘଟଣ । ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଗଣ୍ଡଗୋଳ ଛଡାଇବାକୁ ଯାଇ ୧୫ରୁ ଉର୍ଦ୍ଧ୍ୱ ଯୁବକଙ୍କଠାରୁ ନିର୍ଧୁମ ମାଡ଼ ଖାଇଲେ ଯୁବକ । ଯୁବକ ଜଣକ ମହସିଂର ବୁଟୁଲୁ ପାତ୍ର ବୋଲି ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହସିଂ ଗୋଇବନ୍ଧାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଖଡ଼ଗ ନଦୀରେ ପିକନିକ କରୁଥିବା ବେଳେ କୌଣସି କାରଣକୁ ନେଇ ଦଣ୍ଡପଦର ଗାଁର ଯୁବକ ଏବଂ ବଗାଡ଼ ଗାଁର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ମାରପିଟ୍‌ ହେଉଥିବା ବେଳେ ଛଡେଇବାକୁ ଯାଇ ଦଣ୍ଡପଦାର ଯୁବକଙ୍କ ଠାରୁ ନିର୍ଧୁମ ମାଡ଼ ଖାଇଲେ ମହସିଂର ବୁଟୁଲୁ ପାତ୍ର । ଦଣ୍ଡପଦର ଗାଁର ପିଣ୍ଟୁ ଓ ଜିତୁ ନାମକ ବ୍ୟକ୍ତିଙ୍କ ସହ ପନ୍ଦରରୁ ଉର୍ଦ୍ଧ୍ୱ ଯୁବକ ସଂଘବଦ୍ଧ ଭାବେ ବିଭିନ୍ନ ମରଣାସ୍ତ୍ର ସହ ଠେଙ୍ଗାରେ ପିଟିଥିଲେ । ପରେ ଯୁବକଙ୍କୁ ଅଚେତ ଅବସ୍ଥାରେ ନଦୀରେ ଫିଙ୍ଗି ଦେଇ ଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି । ବୁଟୁଲୁଙ୍କ ଦୁଇଗୋଡ଼, ଦାନ୍ତ ଭାଙ୍ଗିବା ସହିତ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବାରୁ ତାଙ୍କ ଛାତି ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏହା ଦେଖି ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲିଗୁଡା ମେଡିକାଲ ଭର୍ତ୍ତି କରିଥିଲେ । ବାଲିଗୁଡା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟପର୍ଣ୍ଣ ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯଇଛି । ଏନେଇ ବାଲିଗୁଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କହିଛନ୍ତି ଥାନା ଅଧିକାରୀ ସମ୍ବିଦ ସ୍ୱାଇଁ । ତୁରନ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମହସିଂ ଗ୍ରାମବାସୀ ସମେତ କ୍ଷତ୍ରିୟ ସଂଘ ଦାବି କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.