ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମଶାଣୀକୁ ଯିବା ପାଇଁ ପଥରଘାଟ ନାଳ ପ୍ରତିବନ୍ଧକ : ମୃତଦେହ ବୋହି ନାଳ ପାରି ହେଲେ ପରିବାର ଲୋକ

Published By : Suraj Kumar | June 30, 2025 8:35 PM

ଫିରିଙ୍ଗିଆ,୩୦।୬ : ଗାଁ ସେପଟେ ମଶାଣୀ। ମଝିରେ ରହିଛି ନାଳ। ନାଳ ପାରି ହେଲେ  ଶବ ସତ୍କାର କରି ହେବ। କିନ୍ତୁ ବର୍ଷା ଦିନେ ଲୋକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ପାଣି ଭିତରେ ମୃତଦେହ ବୋହି ନାଳ ପାର ହୋଇ କରିଥାନ୍ତି ଶବ ସତ୍କାର। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଂଚାୟତ ଅନ୍ତର୍ଗତ ଗେରୁପଡା ଗ୍ରାମବାସୀ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଥରଘାଟ ନାଳ ଉପରେ ଶଙ୍ଖ ନିର୍ମାଣ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । 

ଗ୍ରାମରେ ୩୦ ଗୋଟି ଦଳିତ ପରିବାର ଦୀର୍ଘ ବର୍ଷ ଧରି ବସବାସ କରୁଥିବା ବେଳେ ଗ୍ରାମଠାରୁ ଏକ କିଲୋମିଟର ଦୂରେ ରହିଛି ଗାଁ ମଶାଣି । ଯାହାକି ଗ୍ରାମର ଉତ୍ତର ଦିଗରେ ଅବସ୍ଥିତ । ଗାଁ ମଶାଣି କୁ ଯିବାକୁ ହେଲେ ବାଟରେ ପଥରଘାଟ ନାଳ ପାର  ହେବାକୁ ପଡେ ।ନଦୀର ଆର ପାରିରେ ମଶାଣି ରହିଥିବାରୁ ବର୍ଷାଦିନ ଆସିଲେ ଗ୍ରାମବାସୀ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ବର୍ଷାଋତୁରେ ମାଟି ରାସ୍ତାଟି କାଦୁଅ ମୟ ହୋଇଯାଉଥିବା ବେଳେ ନଦୀରେ ବେଳେବେଳେ ନଈବଢ଼ି ଯୋଗୁଁ ୧୦ରୁ ୧୫ ଫୁଟ ପାଣି ପ୍ରବାହିତ ହୋଇଥାଏ । ଠିକ ଏହି ସମୟ ଭିତରେ ଯଦି କାହାର ଦେହାନ୍ତ ହୁଏ ତେବେ ୨ ରୁ ୩ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିବା ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି । ନଦୀରେ ଜଳସ୍ତର କମିଲେ ଯାଇକି ଆରପାରି ଯାଇକି ଶବ ସତ୍କାର କରିବା ସମ୍ଭବପର ହୋଇଥାଏ । ତାକୁ ଛାଡିଦେଲେ ସେମାନଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନଥିବା ସେମାନେ ଦୁଃଖର ସହ ପ୍ରକାଶ କରିଛନ୍ତି ।ତେଣୁ ଉକ୍ତ ଗ୍ରାମବାସୀଙ୍କ ହିତ ପାଇଁ ପଥରଘାଟ ନାଳ ଉପରେ ଏକ ଶଙ୍ଖ ସାଙ୍ଗକୁ ମଶାଣି ରାସ୍ତାର ମରାମତି କରାଗଲେ ଗ୍ରାମବାସୀ ଉପକୃତ ହୁଅନ୍ତେ ବୋଲି ଗ୍ରାମର ଭୀମାରାଜ ନାୟକ ପ୍ରଦୀପ ନାୟକ, ଭ୍ରମରବର ନାୟକ, ଲଙ୍କେ ନାୟକ, ଶ୍ୟାମ ସୁନ୍ଦର ନାୟକ ଓ ଅନ୍ୟାନ୍ୟ ଗ୍ରାମବାସୀ ଦାବୀ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.