ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଜି ଉଦୟଗିରି ଅଞ୍ଚଳରେ ପୁଣି ହାତୀ ଉପଦ୍ରବ; ଫରେଷ୍ଟ ଟ୍ରେନିଂ ସ୍କୁଲର ଫାଟକ ଭାଙ୍ଗିଲା

Published By : Bijay Swain | July 4, 2025 10:28 PM

କଳିଙ୍ଗା, ୪/୭: ଜି. ଉଦୟଗିରି ବ୍ଲକରେ ଗତ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି। ହାତୀ ଏବେ ଜଙ୍ଗଲ ଛାଡି ସହରରେ ପଶିବା ଆରମ୍ଭ କଲେଣି।  ଜି ଉଦୟଗିରି ସହରର ପଦାସାହି ଆଖପାଖରେ ହାତୀ ରହୁଥିବା ଖବର ମିଳୁଥିବା ବେଳେ ଏବେ ହାତୀବାଲି ଅଂଚଳରେ ହାତୀ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇ ପଡିଛନ୍ତି। 

ଖବର ମୁତାବକ, ଗୁରୁବାର ରାତି ପ୍ରାୟ ୩ଟା ସମୟରେ ଫରେଷ୍ଟ ଟ୍ରେନିଂ ସ୍କୁଲ ଆଗ ପଟ ଗେଟ ଲୁହା ଗ୍ରୀଲକୁ ଗୋଡରେ ଆଡେଇ ଗୋଟିଏ ହାତୀ ଭିତରେ ପଶି ପଛପଟେ ଥିବା ନର୍ସରୀ ଗେଟ ଭାଙ୍ଗି ମାଲିକପଡି ଜଗଂଲକୁ ଯାଇଥିବା କହିଛି ବନ ବିଭାଗ। ଫରେଷ୍ଟ ଟ୍ରେନିଂ ସ୍କୁଲରେ ବିଶେଷ   କ୍ଷୟକ୍ଷତି ହୋଇ ନ ଥିବା କହିଛନ୍ତି ଟ୍ରେନିଂ ସ୍କୁଲ କର୍ତ୍ତୃପକ୍ଷ। ସ୍କୁଲ ନିକଟରେ ଏକ ଅଟୋ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛି। 

ହାତୀଟି ଟ୍ରେନିଂ ସ୍କୁଲ ଗେଟ ଭିତରେ ପଶିବା ପରେ ଫରେଷ୍ଟ କଲୋନୀରୁ ଏକ ଅଟୋ ବାହାରୁ ଥିବା ସିସିଟିଭି କ୍ୟାମେରା ଫୁଟେଜରେ କଏଦ ହୋଇଛି। ଟ୍ରେନିଂ ସ୍କୁଲ ତରଫରୁ ଲାଗିଥିବା ଏହି ସିସିଟିଭି ଫୁଟେଜ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଲୋକେ ଦେଖି ଲୋକେ   ଭୟଭୀତ ହୋଇଛନ୍ତି। ଶୁକ୍ରବାର ଜି. ଉଦୟଗିରି ବନ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ମାଧ୍ୟମରେ  ସହରରେ ଲୋକଙ୍କୁ ସତର୍କ ରହିବା ସହିତ ରାତିରେ ବାହାରେ ଚଳପ୍ରଚଳ ନ କରିବା ପାଇଁ ପରାମର୍ଶ ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.