ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ରୁମ୍‌ ବୁଝିଥିଲା ବୋଲି... ମହିଳାଙ୍କୁ ଗେଲ କରିଦେଲା ଧରମ ମାମୁ

Published By : Prameya | March 25, 2025 10:38 AM

ପୁରୀ, ୨୫/୦୩: ନବଦମ୍ପତିଙ୍କ ପାଇଁ ହୋଟେଲ୍‌ ରୁମ୍‌  ବୁଝିଦେଲା । ରୁମ୍‌ରେ ପତ୍ନୀଙ୍କୁ ଛାଡ଼ି ସ୍ୱାମୀ ବାହାରକୁ ଆସିଥିବା ବେଳେ ବନ୍ଦ କୋଠରୀରେ ଅସଦାଚରଣ କଲା ଧରମ ମାମୁ ।  ଏନେଇ ମହିଳାଙ୍କ ବୟାନ୍‌ ଆଧାରରେ ବଳିଆପଣ୍ଡା ଥାନାରେ  ଏତଲା ଦେଲେ ତାଙ୍କ ସ୍ୱାମୀ । ଏଭଳି ଏକ ଘଟଣା ବଳିଆପଣ୍ଡା  ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତ ଧରମ ମାମୁ ହେଲେ ବାସେଳି ସାହି ଥାନା ଅଧୀନ ହାତୀଶାଳ ଅଞ୍ଚଳର ମୁନା  ପଣ୍ଡା(୪୦) । ଦମ୍ପତି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର  ବୋଲି ଜଣାପଡ଼ିଛି । 

ରବିବାର ଅପରାହ୍ନରେ ଦମ୍ପତି ଲାଇଟ୍‌ ହାଉସ୍‌ ନିକଟରେ  ଧରମ ମାମୁ ମୁନା ବୁଝିଥିବା ହୋଟେଲ୍‌ରେ ରହିଥିଲେ ।  ମହିଳାଙ୍କ ପାଇଁ କିଛି ଜିନିଷ କିଣିବାକୁ ତାଙ୍କ ସ୍ୱାମୀ ବାହାରକୁ  ଆସିଥିଲେ । ରୁମ୍‌ ନମ୍ବର ୩୧୧ରେ ଏକାକୀ ଥିଲେ ମହିଳା ।  ଏହି ସମୟରେ ରୁମ୍‌ କବାଟ ଠକ୍‌ ଠକ୍‌ କରିଥିଲା ମୁନା । କବାଟ ଖୋଲିବା ବେଳେ ହଠାତ୍‌ ସେ ଭିତରକୁ ପଶିଯାଇଥିଲା । କବାଟ  ବନ୍ଦ କରି ମହିଳାଙ୍କୁ କିସ୍‌ କରିଥିଲା ମୁନା । ମହିଳା ଜଣକ ଏହାକୁ  ବିରୋଧ କରିବାରୁ ମୁନା ଅଶ୍ଳୀଳ ଭାଷାରେ ଗାଳି କରି କାହାକୁ ଏ ସମ୍ପର୍କରେ ଜଣାଇଲେ ହତ୍ୟା କରିବାକୁ ଧମକ ଦେଇଥିଲା ବୋଲି  ଏତଲାରେ ଉଲ୍ଲେଖ ରହିଛି । ପରେ ସବୁ କଥା ଶୁଣି ମହିଳାଙ୍କ  ସ୍ୱାମୀ ଥାନାରେ ଏତଲା ଦେଇଥିଲେ । ଏନେଇ ଆଇଆଇସି ସଙ୍ଗିତା ଦାଶ କହିଛନ୍ତି, ଅଭିଯୁକ୍ତ ମୁନା ନିଶାରେ ଥିବା ବେଳେ କିଛି ଜାଣିପାରିନଥିବା ପୁଲିସକୁ କହିଛି । ମାମଲାରେ  ତାକୁ ନୋଟିସ୍‌ ଦିଆଯାଇ ଛଡ଼ାଯାଇଥିବା ସେ କହିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.