ପ୍ରମୂଖ ଖବର
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ଭଦ୍ରକ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୃତୀୟ ଓ ବ୍ଲକ ଟପ୍ପର ଦେବିରାଣୀ ସାହୁ

Published By : Harapriya Sethi | May 3, 2025 12:06 PM

ଭୁବନେଶ୍ୱର,୦୩/୦୫: ବାପା ପରିବା ବ୍ୟବସାୟୀ,ଝିଅ ବ୍ଲକ ଟପ୍ପର । ଭଦ୍ରକ ଜିଲ୍ଲାର ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୃତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ ଭଦ୍ରକ ବ୍ଲକ ଟପ୍ପର ହୋଇଛନ୍ତି ଦେବିରାଣୀ ସାହୁ । ସେ ୬୦୦ ରୁ ୫୭୪ ଅର୍ଥାତ ୯୫.୦୬ ପ୍ରତିଶତ ମାର୍କ ରଖିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସେ ବାପା, ମାଆ ଓ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସହପାଠୀଙ୍କୁ ଶ୍ରେୟ ଦେଇଛନ୍ତି ।

ପରୀକ୍ଷା ପାଇଁ ସେ ପ୍ରତ୍ୟେକ ଦିନ ୬ ରୁ ୮ ଘଣ୍ଟା ଧରି ପରିଶ୍ରମ କରୁଥିବା ବେଳେ ଘରେ ବାପା ଓ ମାଆଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିଥିଲା । ନିଜ ପରିଶ୍ରମ ଅନୁଯାୟୀ ଆଶା କରିଥିବା ଫଳ ମିଳିଛି ବୋଲି କହିଛନ୍ତି ଦେବିରାଣି । ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଶିଶୁ ମନ୍ଦିର ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଭବିଷ୍ୟତରେ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ତେବେ ଝିଅର ସଫଳତା ପାଇଁ ବାପା ମଧ୍ୟ ଅକ୍ଲାନ୍ତ ପରିଶ୍ରମ କରୁଥିଲେ । ସେ ବେପାରକୁ ଯିବା ପୂର୍ବରୁ ରାତି ଅଧରୁ ଉଠି ଝିଅ ପାଠ ପଢ଼ିବା ବେଳେ ପାଖରେ ବସି ରହୁଥିଲେ । ଝିଅ ଭବିଷ୍ୟତରେ ଲୋକଙ୍କ ସେବା କରୁ ବୋଲି ଆଶା ରଖିଛନ୍ତି ଦେବିରାଣିଙ୍କ ବାପା ମାଆ  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.