ପ୍ରମୂଖ ଖବର
  • ଯାଜପୁର : ଟ୍ରାନ୍ସଫର୍ମର ଚୋରି ଗ୍ୟାଙ୍ଗ ଗିରଫ, କାର୍ ସହ ବହୁ ସାମଗ୍ରୀ ଜବତ
  • ||
  • ଗଞ୍ଜାମ : ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘର ଭିତରେ ପଡ଼ିଛି ରକ୍ତାକ୍ତ ମୃତଦେହ
  • ||
  • ମାଲକାନଗିରି : ଧମତରି ଜିଲ୍ଲାରେ ମାଓ ଡମ୍ପ୍ ଠାବ, ଲ୍ୟାଣ୍ଡମାଇନ୍‌ ଏବଂ ବୋମା ଜବତ
  • ||
  • ଗାଧୋଇବା ବେଳେ ଅଘଟଣ, ଚନ୍ଦ୍ରଭାଗାରେ ବୁଡ଼ି ଯାଉଥିବା ପର୍ଯ୍ୟଟକ ଉଦ୍ଧାର
  • ||
  • ଓଡିଶା-ପଶ୍ଚିମବଙ୍ଗ ସୀମାରେ ହାଇ ଆଲର୍ଟ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁ ରହିବ ପ୍ରକ୍ରିୟା
  • ||
  • ଛତ୍ରପୁର : ମାଛ ଧରୁଥିବା ବେଳେ ଅଘଟଣ, ପାଣିରେ ବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ
  • ||

୧୦ ମାସ ପରେ ମା’କୋଳକୁ ଫେରିଲା ୩ବର୍ଷର ଶିଶୁ ପୁତ୍ର

Published By : Prameya | May 1, 2025 9:51 PM

ଭଦ୍ରକ, ୧/୫ :  ଅପହରଣର ୧୦ ମାସ ପରେ ମା’କୋଳକୁ ଫେରିଲା ଅପହୃତ ୩ବର୍ଷର ଶିଶୁ ପୁତ୍ର । ସ୍ବାମୀର ମୃତ୍ୟୁ ପରେ ନେଇ ଯାଇଥିଲେ ଶ୍ଵଶୁର ଘର ଲୋକେ । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ସୋରୋ ଗ୍ରାମର ସୁମିତା ଜେନା ୨୦୨୧ରେ ସରସଦା ଗ୍ରାମର ସୌମ୍ୟରଞ୍ଜନ ଜେନାଙ୍କୁ ବିବାହ କରିଥିଲେ ।

ଶିଶୁପୁତ୍ର ହେବା ପରେ ପରେ ସେପ୍ଟେମ୍ବର ୨୦୨୩ରେ ଏକ ସଡ଼କ ଦୁର୍ଘଟଣାରେ ସୌମ୍ୟ ପ୍ରାଣ ହରାଇଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ସୁମିତା ନିଜ ବାପ ଘରେ ରହୁଥିବାବେଳେ ଜୁନ ୨୦୨୪ରେ ସୁମିତାଙ୍କ ଶ୍ୱଶୁର ଘର ଲୋକ ସେଠାରେ ପହଞ୍ଚି ଚଞ୍ଚକତା କରି ପିଲାଟିକୁ ଅପହରଣ କରିନେଇଥିଲେ । ଘଟଣାକୁ ନେଇ ସୁମିତା ଭଣ୍ଡାରିପୋଖରୀ ଥାନାରେ ଏକ ମାମଲା ରୁଜୁ କରିଥିଲେ । ତେବେ ମାମଲା ରୁଜୁ ହେବାର ୧୦ମାସ ପରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଶିଶୁଟିକୁ ପୋଲିସ ଉଦ୍ଧାର କରିବା ସହ ଶିଶୁକୁ ନିଜ ମା’କୁ ହସ୍ତାନ୍ତର କରିଛି । ତେବେ ଘଟଣାକୁ ନେଇ ୪ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ ଜଣଙ୍କୁ ପୋଲିସ ଅଟକ ରଖିଥିବା ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ସମ୍ବିତ ମାଝୀ । ଅନ୍ୟପଟେ ୧୦ ମାସ ପରେ ନିଜ କୋଳରେ ଜନ୍ମିତ ଶିଶୁକୁ ପାଇ ବେଶ ଖୁସି ଅନୁଭବ କରିଛନ୍ତି ସୁମିତା। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.